Tamil Nadu CM Vijay: ଗୋଟିଏ ଲେନ୍ରେ ଗଲା ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ କାରକେଡ୍, ଅନ୍ୟପଟେ ସାଧାରଣ ଯାନବାହନ ଚଳାଚଳର ଭିଡିଓ ଭାଇରାଲ୍
ତାମିଲନାଡୁ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ କାରକେଡ୍ ଯାତ୍ରାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସମୂହ ରାସ୍ତାର ଗୋଟିଏ ଲେନ୍ରେ ଯାଉଥିବା ବେଳେ ଅନ୍ୟ ଲେନ୍ରେ ସାଧାରଣ ଯାନବାହନ ଚଳାଚଳ କରୁଥିବା ଦେଖାଯାଉଛି।
ଭିଡିଓରେ ରାସ୍ତା ବନ୍ଦ କିମ୍ବା ଯାନବାହନକୁ ଅନ୍ୟ ରାସ୍ତାକୁ ମୋଡ଼ାଯାଉଥିବାର ଦୃଶ୍ୟ ନାହିଁ। କାରକେଡ୍ ଯାଉଥିବା ସମୟରେ ଅନ୍ୟ ଯାନବାହନ ମଧ୍ୟ ନିଜ ଲେନ୍ରେ ଚଳାଚଳ କରୁଥିବା ଭିଡିଓରୁ ଜଣାପଡ଼ୁଛି।
ଏହି ଭିଡିଓ ସୋସିଆଲ୍ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ସାଧାରଣତଃ ଦେଖିବାକୁ ଗଲେ ପ୍ରାୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ ଏବଂ ସାଧାରଣ ଲୋକଙ୍କ ଯିବା ରାସ୍ତାକୁ ବନ୍ଦ କରି ଦିଆଯାଇଥାଏ | କିନ୍ତୁ ଏ ଘଟଣାରେ ସେଭଳି କିଛି ପରିଲକ୍ଷିତ ହେଉନାହିଁ | ତେବେ ଭିଡିଓଟି କେଉଁ ସ୍ଥାନର ଏବଂ କେବେର, ସେ ସମ୍ପର୍କରେ ମୂଳ ସୂଚନାରେ କିଛି ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି |

