Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WTC Finalର ୫ମ ଦିନରେ ଚାରି ପରିଣାମ ସମ୍ଭବ, କିଏ ଜିତିବ ଟେଷ୍ଟ କ୍ରିକେଟର ବିଶ୍ଵକପ୍ ?

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ଲଣ୍ଡନର ଦ ଓଭାଲ ମଇଦାନରେ ଖେଳା ଯାଉଛି। ଏହି ମହାମୁକାବିଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି। ଭାରତ ସମ୍ମୁଖରେ ୪୪୪ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଆଉ ଏହାର ପିଛା କରି ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ପଞ୍ଚମ ଦିନ ଅର୍ଥାତ ଆଜି ମ୍ୟାଚରେ ୪ଟି ପରିଣାମ ବାହାରିବାର ସମ୍ଭାବନା ରହିଛି।

୧ – ଜୟ ୨- ପରାଜୟ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରୁ ଯେଉଁ ଦଳ ଏହି ମୁକାବିଲା ଜିତିବ ସେ ଦୁନିଆର ଏକ ମାତ୍ର ଟିମ୍ ହେବ ଯିଏ ଆଇସିସିର ସମସ୍ତ ଫର୍ମାଟର ଟ୍ରଫି ଜିତିଛି। ଭାରତକୁ ବିଜୟ ପାଇଁ ପ୍ରାୟ ୧୦୦ ଓଭରରେ ୨୮୦ ରନ ଦରକାର। ଅନ୍ୟପଟେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଦରକାର ୭ ଓ୍ଵିକେଟ୍। ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ସେତେଟା ସହଜ ନୁହେଁ।

୨ – ଡ୍ର ଉପରେ ନଜର
ଅଷ୍ଟ୍ରେଲିଆ ଏବଂ ଭାରତ ଦଳର ନଜର ଏବେ ମ୍ୟାଚ୍ ଜିତିବା ଉପରେ ରହିଛି। ମାତ୍ର ଯେବେ ତୃତୀୟ ସେସନ ଆରମ୍ଭ ହେବ ଦୁଇ ଦଳ ମ୍ୟାଚ୍ ଡ୍ର କରିବା ଉପରେ ମଧ୍ୟ ବିଚାର କରି ପାରନ୍ତି। ଯଦ୍ଵାରା ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଟ୍ରଫି ସେୟାର କରାଯାଇ ପାରିବ। ଅଷ୍ଟ୍ରେଲିଆ ଦଳ ମ୍ୟାଚ୍ ଡ୍ର ରହୁ ତେବେ ଚାହିଁବ ଯେବେ ଓ୍ଵିକେଟ୍ ହାସଲ କରି ପାରିବ ନାହିଁ ଏବଂ ଶେଷ ଆଡକୁ ଓଭର ପିଛା ୬ ରନରୁ ଅଧିକ ହେଉଥିବ। ଅନ୍ୟପଟେ ଭାରତ ତେବେ ଡ୍ର ଚାହିଁବ ଯେବେ ଓ୍ଵିକେଟ୍ ଖସିବ ଏବଂ ମ୍ୟାଚ୍ ବଞ୍ଚାଇବାକୁ ପଡ଼ିବ।

୪ – ଟାଇ
ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ ସଂସ୍କରଣରେ ଅନେକ ମୁକାବିଲା ରୋମାଞ୍ଚକର ହୋଇଛି, ଯେଉଁଠି ଦଳ ଗୋଟିଏ କିମ୍ବା ଦୁଇ ଓ୍ଵିକେଟରେ ଜିତିଛନ୍ତି କିମ୍ବା ଶେଷ ଓଭରରେ ବିଜୟ ହାସଲ କରିଛନ୍ତି। ଯଦି ଏହା ଡବ୍ଲ୍ୟୁଟିସି ଫାଇନାଲରେ ହୁଏ ତେବେ ମ୍ୟାଚ୍ ଟାଇ ଆଡକୁ ବଢିପାରେ। ଯଦି ଦିନର ଶେଷ ଓଭରର ଶେଷ ବଲ ଯାଏ ଭାରତ ୪୪୪ ରନ କରି ଦିଏ ତେବେ ମ୍ୟାଚ୍ ଟାଇ ହେବ। ହେଲେ ଟେଷ୍ଟ କ୍ରିକେଟ୍ ଇତିହାସରେ ଦୁଇଟି ମ୍ୟାଚ୍ ଏ ପର‌୍ୟ୍ୟନ୍ତ ଟାଇ ରହିଛି। ଗୋଟିଏ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୯୮୬ରେ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ