Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ କେ. ନାରାୟଣ ରାଓଙ୍କ ଶୋକ ପ୍ରକାଶ

ପୁର୍ବତନ ମନ୍ତ୍ରୀ ବିଜୟ ରାମ ରାଜୁଙ୍କ ବିୟୋଗରେ କେ. ନାରାୟଣ ରାଓଙ୍କ ଶୋକ ପ୍ରକାଶ

ପାରଳାଖେମୁଣ୍ଡି:୧୬/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା, ଦକ୍ଷ ସଂଗଠକ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବିରୋଧୀ ଦଳ ନେତା ଶତୃ ଚେଲା ବିଜୟ ରାମ ରାଜୁଙ୍କ ବିୟୋଗ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି କେ. ନାରାୟଣ ରାଓ।ଏହି ଦୁଃଖଦ ଖବର ପାଇବା ପରେ ଶ୍ରୀ ରାଓ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ସ୍ଥିତ ସ୍ୱର୍ଗତ ବିଜୟ ରାମ ରାଜୁଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ଜଣାଇଥିଲେ। ଏହି ସମୟରେ ତାଙ୍କ ଶାଳକ ଶଙ୍କର ଲାଲ ସୋରେନ ବାବୁ ମଧ୍ୟ ଉପସ୍ଥିତ ଥିଲେ।ସ୍ୱର୍ଗତ ବିଜୟ ରାମ ରାଜୁ ଆନ୍ଧ୍ରପ୍ରଦେଶ ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ସମୟରେ ଗଜପତି ଜିଲ୍ଲା, ବିଶେଷକରି ପାରଳାଖେମୁଣ୍ଡି ଅଞ୍ଚଳର ଲୋକଙ୍କ ସହ ତାଙ୍କର ଅତ୍ୟନ୍ତ ଘନିଷ୍ଠ ଓ ସୁସମ୍ପର୍କ ରହିଥିଲା।ସେ ଓଡ଼ିଶାର ଲୋକ ମାନଙ୍କୁ ବିଭିନ୍ନ ସମୟରେ ଅନେକ ସହଯୋଗ ଓ ସାହାଯ୍ୟ କରିଥିଲେ। ତେଣୁ ତାଙ୍କର ଜନହିତକର କାର୍ଯ୍ୟ ଓ ଆତ୍ମୀୟତାକୁ ଗଜପତି ଜିଲ୍ଲାବାସୀ ଆଜି ମଧ୍ୟ ଶ୍ରଦ୍ଧାର ସହ ସ୍ମରଣ କରୁଛନ୍ତି। ସେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜ ନେତା ଯିଏ କି ଓଡ଼ିଆରେ କଥାବାର୍ତ୍ତା କରିଥାନ୍ତି l ଉପାନ୍ତ ଅଞ୍ଚଳର ଓଡ଼ିଆମାନଙ୍କ ଅଭାବ ଅସୁବିଧା ବୁଝିଥାନ୍ତି l ପାରଳାଖେମୁଣ୍ଡି ର କୌଣସି ବ୍ୟକ୍ତି ଆନ୍ଧ୍ରରେ ଅସୁବିଧାରେ ପଡ଼ିଥିଲେ ତାଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥାନ୍ତି l ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କୁ ଲାଗିରହିଥିବା ପୁରୁଣାପାଟଣା ନିର୍ଵାଚନ ମଣ୍ଡଳୀର ପୁର୍ବରୁ ବିଧାୟକ
ଥିଲେ l ସେ ଅଧିକାଂଶ ସମୟ ପାରଳାଖେମୁଣ୍ଡି ସହର ସ୍ଥିତ ତାଙ୍କର ଶଳା ଶଙ୍କରଲାଲ ସୋରେନ ଙ୍କ ଘରେ ଆସି ରହୁଥିଲେ l ତାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଗଜପତି ଜିଲ୍ଲାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

*ଦ୍ୱିତୀୟ ଦିବସରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ* ପାରଳାଖେମୁଣ୍ଡି,ତା.୧୧.୧୧.୨୦୨୬ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା (୨୦୨୬-୨୭) ଦ୍ୱିତୀୟ ଦିବସରେ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ମୋଟ ୫ଟି ଖେଳ ପଡ଼ିଆ ବା କୋର୍ଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କୋର୍ଟରେ ପ୍ରାୟ ୧୨ରୁ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍‌ଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ ଯୋଗଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧର, ମୋହନା ଓ ଆର୍‌. ଉଦୟଗିରି ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ, ରାୟଗଡ଼ ତହସିଲଦାର ଶ୍ରୀ ସୁକାନ୍ତ ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବୃହତ୍ କ୍ରୀଡ଼ା ଆୟୋଜନକୁ ସଫଳ ଓ ସୁସଂଗଠିତ କରିବାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି ବେଶ୍ ପ୍ରଶଂସନୀୟ ହୋଇଥିଲା।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ର କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ସମସ୍ତ ଅତିଥି, ଆୟୋଜକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।