Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ।

କଳାହାଣ୍ଡି,୨୧/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ମହା ଆଡମ୍ବରରେ ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାଙ୍ଗଳିଆ ଗୋୟଲ ପରିବାର ଓ ଲଡୁଗାଁ ଗ୍ରାମବାସୀ ଙ୍କ ଆୟୋଜନ ରେ ଆସନ୍ତା ୨୪ ତାରିଖ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଶିବ ମହାପୁରାଣ ଓ ଶିବ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ଲଡୁଗାଁ ଶ୍ରୀ ରାମ ମାମୋଦେବୀ ସ୍ମୃତି ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ଶିବ ମହାପୁରାଣ ର ଭବ୍ୟ ଦିବ୍ୟ ପ୍ରବଚନ ଯୁଗଳ କୁଞ୍ଜ ବୃନ୍ଦାବନ ର ମହନ୍ତ ଚିନ୍ମୟ ଦାସ ଜି ମହାରାଜ ଙ୍କ ବାଣୀ ରେ ଶିବ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୪ ତାରିଖରେ କଳସ ଯାତ୍ରା ଓ ଦେବ ସ୍ଥାପନ ଶିବ ମହାପୁରାଣ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ୧୦ ଦିନ ଧରି ମହା ସମାରୋହରେ ଶିବ ପାର୍ବତୀ ବିବାହ, ଶ୍ରୀ କାର୍ତ୍ତିକେୟ, ଶ୍ରୀ ଗଣେଶ ଙ୍କ ଜନ୍ମ ବୃତାନ୍ତ, ଦ୍ଵାଦଶ ଜ୍ୟୋର୍ତିଲିଙ୍ଗ କଥା କୁ ନେଇ ଏହି ଶିବ ମହାପୁରାଣ କଥାବସ୍ତୁ କୁ ନେଇ ମହା ଆଡମ୍ବର ରେ ପାଳନ କରାଯିବା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲଡୁଗାଁ ସାଙ୍ଗଳିୟା ଗୋୟଲ ପରିବାର ପକ୍ଷରୁ ଏହି ଦିବ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ