Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁକ୍ତ ଦୁଇ କଳା ରେ ବୈଦିକ କଲେଜ ଛାତ୍ର ଜିଲ୍ଲାରେ ସୁଜଳ ପ୍ରଥମ,ବିଭିନ୍ନ ମହଲରୁ ଛୁଟୁଛି ସମ୍ବର୍ଦ୍ଧନାର ସୁଅ

ଚଳିତ ବର୍ଷ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ବିଭାଗର ପରୀକ୍ଷାଫଳ ପ୍ରକାଶ ପାଇଥିବାବେଳେ ,ବୈଦିକ କଲେଜ ଛାତ୍ର ସୁଜଲ ତିୱାରୀ ସର୍ବମୋଟ ୯୧.୧୬% ମାର୍କ ରଖି ସମ୍ବଲପୁର ଜିଲ୍ଲାରେ ସର୍ବପ୍ରଥମ ସ୍ଥାନ ଅଧିକାର କରି ବୈଦିକ କଲେଜ ତଥା ଚିପିଲିମା ଅଞ୍ଚଳ ପାଇଁ ଗୌରବ ପାଲଟିଛନ୍ତି। ଏଥିସହ ସେ ପଶ୍ଚିମ ଓଡ଼ିଶାରେ ଦ୍ଵିତୀୟ ଓ ସାରା ଓଡ଼ିଶାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ସେ ଅନେକ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଏନେଇ ବିଭିନ୍ନ ମହଲରୁ ପ୍ରତ୍ୟେହ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ,ଆଜି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସଂପାଦକ ଇଂ ଦିଲିପ କୁମାର ଦୁରିଆ ନିଜ ଦଳୀୟ ପଦାଧିକାରୀ କର୍ମୀଙ୍କ ସହ ଆସି ସୁଜଳଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସମ୍ଵର୍ଦ୍ଧନା ଜଣାଇବା ସହ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।ଏନେଇ ସୁଜଳ ଙ୍କୁ ପଚରାଯିବାରୁ
ତାଙ୍କର କଠିନ ପରିଶ୍ରମ ସହ ବାପା ମାଆ, ଶିକ୍ଷକ, ଶିକ୍ଷୟତ୍ରୀ,ଗୁରୁଜନଙ୍କ ଆଶୀର୍ବାଦ ପାଇଁ ତାଙ୍କ ଲକ୍ଷ୍ୟ ସାକାର ହୋଇଥିବା ପ୍ରକାଶ କରିଥିବାବେଳେ, ଆଗାମୀ ଦିନରେ ୟୁକ୍ତ ୩ ପରେ ଆଇଏସ ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।ଏନେଇ ସମଗ୍ର ଅଞ୍ଚଳରେ ସୁଜଳଙ୍କୁ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories