Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବ ମହାପୁରାଣ ପ୍ରବଚନ କଥାମୃତ ପାଇଁ ଭକ୍ତିମୟ ଲଡୁଗାଁ ସହର।

କଳାହାଣ୍ଡି,୨୭/୧୧
କୋକସରା ବ୍ଲକ ଲଡୁଗାଁ ଠାରେ ସାଙ୍ଗଳିଆ ଗୋୟଲ ପରିବାର ପକ୍ଷରୁ ଶିବ ମହାପୁରାଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହା ସମାରୋହ ରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି। ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ସ୍ମୃତି ଭବନ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଦିବ୍ୟ ଶିବ ମହାପୁରାଣ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଯୁଗଳ କୁଞ୍ଜ ବୃନ୍ଦାବନ ରୁ ଆସିଥିବା ମହନ୍ତ ଚିନ୍ମୟ ଦାସ ଜି ମହାରାଜ ଙ୍କ ବାଣୀ ରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଶ୍ରବଣ କରୁଛନ୍ତି। ଶିବ ପଞ୍ଚାକ୍ଷର ମନ୍ତ୍ର ରେ ଗୁଞ୍ଜରିତ ହେଉଛି ପ୍ରବଚନ ମଣ୍ଡପ।କାର୍ଯ୍ୟକ୍ରମ ରେ ଅନେକ ଶ୍ରଦ୍ଧାଳୁ ଭକ୍ତ ମାନେ ବ୍ରତୀ ହେବାସହ ଶିବ ମହାପୁରାଣ ର ଦିବ୍ୟ କଥା ଶ୍ରବଣ କରୁଛନ୍ତି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହି ଶିବ ମହାପୁରାଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଲଡୁଗାଁ ସାଙ୍ଗଳିଆ ଗୋୟଲ ପରିବାର ସମେତ ଲଡୁଗାଁ ଗ୍ରାମବାସୀ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ