Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ରାସ୍ତା ଧୋଇଯିବା ସହ ପୋଲ, ରାସ୍ତା ଓ ନାଳ ଗୁଡ଼ିକର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯାଜପୁର ଗ୍ରାମବାସୀଙ୍କ ବିଧାୟକଙ୍କ ନିକଟରେ ଦାବି

ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ରାସ୍ତା ଧୋଇଯିବା ସହ ପୋଲ, ରାସ୍ତା ଓ ନାଳ ଗୁଡ଼ିକର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯାଜପୁର ଗ୍ରାମବାସୀଙ୍କ ବିଧାୟକଙ୍କ ନିକଟରେ ଦାବି
ପାରଳାଖେମୁଣ୍ଡି:୨୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲ କୋଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଓ ଉନ୍ନତ ଗମନାଗମନ ବ୍ୟବସ୍ଥା ପାଇଁ ଯାଜପୁର ଗ୍ରାମବାସୀ ବିଧାୟକଙ୍କ ନିକଟରେ ରାସ୍ତା, ଡ୍ରେନ ଓ ପୋଲ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କତଲକଇଠା ପଞ୍ଚାୟତର ଯାଜପୁର ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଏହି ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ସୂଚନା ଅନୁଯାୟୀ, ଆଜି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯାଜପୁର ଗ୍ରାମ ଗସ୍ତ କରି ବିଭିନ୍ନ ସମସ୍ୟା ଥିବା ସ୍ଥାନଗୁଡ଼ିକୁ ପରିଦର୍ଶନ କରିଥିଲେ। ଲଗାଣ ବର୍ଷା ଯୋଗୁଁ ଗ୍ରାମର ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ବେଳେ ଯାତାୟାତରେ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ନିଜେ ସମ୍ପୃକ୍ତ ସ୍ଥାନଗୁଡ଼ିକ ବୁଲି ଦେଖିବା ସହ ଗ୍ରାମବାସୀଙ୍କଠାରୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ବିଶେଷ କରି ବାରିକ ସାହି ଓ କୁମ୍ଭକର୍ଣ୍ଣ ସାହି ମଧ୍ୟରେ ଥିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଏହାର ତୁରନ୍ତ ନିର୍ମାଣ ପାଇଁ ଗ୍ରାମବାସୀ ଦାବି ଜଣାଇଥିଲେ। ସେହିପରି କୁମ୍ଭକର୍ଣ୍ଣ ସାହିରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏହାର ପୁନଃନିର୍ମାଣ ସହ ଉକ୍ତ ଅଞ୍ଚଳରେ ଡ୍ରେନ ବ୍ୟବସ୍ଥା କରିବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପକ୍ଷରେ, ଭାଙ୍ଗିଯାଇଥିବା ପୋଲ ନିକଟସ୍ଥ ନଳକୂପ ପାଖରେ ବର୍ଷା ଓ ନିଷ୍କାସନ ଅଭାବରୁ ପାଣି ଜମି ରହୁଛି। ଫଳରେ ନଳକୂପରୁ ମିଳୁଥିବା ପାନୀୟ ଜଳ ମଧ୍ୟ ଦୂଷିତ ହେବାର ଆଶଙ୍କା ରହିଛି। ଏହା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତାର କାରଣ ପାଲଟିଛି। ତେଣୁ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ସହ ନଳକୂପ ଚାରିପାଖରେ ସ୍ୱଚ୍ଛତା ବଜାୟ ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ନିଜେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାମର ରାସ୍ତା, ପୋଲ ଓ ଡ୍ରେନ ସମସ୍ୟାର ସମାଧାନ ହେଲେ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଯାତାୟାତ ବ୍ୟବସ୍ଥାରେ ସୁଧାର ଆସିପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ପୂର୍ବତନ ସରପଞ୍ଚ ବିନୋଦ ପ୍ରଧାନ, ୱାର୍ଡ ସଭ୍ୟ ନିରଞ୍ଜନ ବାରିକ, ଦଶରଥ ଜେନାଙ୍କ ସମେତ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି, ଯାଜପୁର ଗ୍ରାମର ରାସ୍ତା, ଡ୍ରେନ ଓ ଭାଙ୍ଗିଯାଇଥିବା ପୋଲର ଶୀଘ୍ର ନିର୍ମାଣ କରାଯାଇ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବି କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories