Angul Pond Drowning: ବାପାଙ୍କ ଶବ ସତ୍କାର ପରେ ପୋଖରୀରେ ବୁଡ଼ି ପୁଅଙ୍କ ମୃତ୍ୟୁ
AI-generated editorial illustration for this story.
ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ ଗୋଟିଏ ଦିନରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି। ବାପାଙ୍କ ଶବ ସତ୍କାର ସାରି ଗାଁର ଅମୃତ ସରୋବର ପୋଖରୀକୁ ଗାଧୋଇବାକୁ ଯାଇଥିବା ପୁଅ ସେଠାରେ ବୁଡ଼ିଯାଇଥିଲେ।
ବରନାଳୀର ନରହରି ସାହୁ ପକ୍ଷାଘାତରେ ପୀଡ଼ିତ ଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ଗାଁକୁ ଅଣାଯାଇ ଶବ ସତ୍କାର କରାଯାଇଥିଲା। ଏହା ପରେ ତାଙ୍କ ପୁଅ ସମ୍ପର୍କୀୟଙ୍କ ସହ ପୋଖରୀକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ପାଣିରେ ବୁଡ଼ିଯାଇଥିଲେ।
ଖବର ପାଇ ଛେଣ୍ଡିପଦା ଅଗ୍ନିଶମ କର୍ମଚାରୀ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଗଡ଼ିଆ ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିନାହିଁ।

