Cattle Smuggling Case: ଆଠଗଡ଼ରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ
AI-generated editorial illustration for this story.
ଗୋ ଚାଲାଣ ମାମଲାରେ ବାବୁ ନାଏକଙ୍କୁ ଆଜୀବନ କାରାଦଣ୍ଡ ସହ 5 ଲକ୍ଷ ଟଙ୍କା ଜରିମାନା ହୋଇଛି। ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକୁମାର ଦାସ ଏହି ଦଣ୍ଡ ଶୁଣାଇଛନ୍ତି। ତିଗିରିଆ ଥାନା ଅଧୀନ କରଡ଼ାପଲ୍ଲୀ ଗାଁର ବାବୁ ନାଏକଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା 111(2) ଅନୁଯାୟୀ ସଂଗଠିତ ଅପରାଧ ପାଇଁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଗୋ ଚାଲାଣ ହେଉଥିବା ସୂଚନା ପାଇ ତିଗିରିଆ ପୋଲିସ ନିଜ ଥାନା ଅଧୀନ ବରମଣ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ବାବୁ ନାଏକଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୋଗପତ୍ର ଦାଖଲ କରିଥିଲା।

