Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାଣ୍ଡବ ରଚିବ ବାତ୍ୟା ବିପର୍ଯ୍ୟୟ; ଗୁଜୁରାଟ-ମୁମ୍ବାଇ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ‘ଅତ୍ୟଧିକ ଭୟଙ୍କର’ ସାମୁଦ୍ରିକ ଝଡ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗୁଜୁରାଟ ଓ ମୁମ୍ବାଇ ହାଇଆଲର୍ଟ ଜାରି କରାଯାଇଛି। ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’। ସେହିପରି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଛି। ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସାମୁଦ୍ରିକ ଝଡ ବର୍ତ୍ତମାନ ପୋରବନ୍ଦରର ପ୍ରାୟ ୩୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ। ଏହା ଘଣ୍ଟା ପ୍ରତି ସର୍ବାଧିକ ୧୫୦ କିଲୋମିଟର ବେଗରେ ଉପକୂଳ ପାର ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ