Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ଗୁହାଟି ପକ୍ଷରୁ  JEE Advanced ୨୦୨୩ ରେଜଲ୍ଟ ଘୋଷଣା କରାଯାଇଛି । ଆଜି ସକାଳ ୯ଟାରେ ଫଳାଫଳ ଘୋଷଣା କରାଯାଇଥିବାବେଳେ ୱେବସାଇଟରେ ସକାଳ ୧୦ଟାରେ ଲିଙ୍କ ଆକ୍ଟିଭେଟ କରାଯାଇଛି । 

ଚଳିତ ବର୍ଷ ୧,୮୦,୩୭୨ ଛାତ୍ରଛାତ୍ରୀ JEE ଆଡ୍‌ଭାନ୍ସଡ ପାଇଁ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ  ହୋଇଛନ୍ତି ।କୃତକାର୍ଯ୍ୟ  ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ  । ହାଇଦ୍ରାବାଦ ଜୋନ୍‌ର ଭି.ସି ରେଡ୍ଡୀ ଜେଇଇ ଆଡଭାନ୍ସରେ ଟପ୍ପର ହୋଇଛନ୍ତି।

ତେବେ ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀ ସେମାନଙ୍କର ରେଜଲ୍ଟ ଅଫିସିଆଲ ୱେବସାଇଟ  jeeadv.ac.in.କୁ ଯାଇ ଦେଖିପାରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ