Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ ବ୍ୟବହାର

ନୂଆଦିଲ୍ଲୀ: ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକର ବ୍ୟବହାର ବାଧ୍ୟତାମୂଳକ ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ବିଭାଗରେ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଅବହେଳା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ବାୟୋମେଟ୍ରିକ ସିଷ୍ଟମକୁ ସଠିକ ପାଳନ କରିବାକୁ ବିଭାଗର ମୁଖ୍ୟକୁ କୁହାଯାଇଛି । ଏହାଦ୍ବାରା ଯେଉଁମାନେ ଅଫିସକୁ ବିଳମ୍ବରେ ଆସନ୍ତି ଏବଂ ସମୟ ପୂର୍ବରୁ ଚାଲିଯାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ