Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାହାରୁଖ୍‌ଙ୍କ ଗୀତରେ ହ୍ବାଇଟ ହାଉସ୍‌ରେ ମୋଦୀଙ୍କୁ ସ୍ବାଗତ; ଭାଇରାଲ ହେବାରେ ଲାଗିଛି ଶାହାରୁଖ୍‌ଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଇଥିଲେ। ହ୍ବାଇଟ ହାଉସ୍‌ରେ ମୋଦୀଙ୍କୁ ଶାହରୁଖ ଖାନଙ୍କ ଅଭିନୀତ ତଥା ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଦିୱାନା’ ର ଲୋକପ୍ରିୟ ଗୀତ ଛୈୟା ଛୈୟାରେ ସ୍ବାଗତ କରାଯାଇଥିଲା। ଏହି ବିଶେଷ ଅବସରରେ ଶାହାରୁଖଙ୍କୁ ଏକ ମଜାଦାର ପ୍ରଶ୍ନ କରିଥିଲେ। ଆଉ ଶାହାରୁଖ ଏହାର ଯେଉଁ ଜବାବ ଦେଇଥିଲେ ତାହା ଏବେ ଭାଇରାଲ ହେବାରେ ଲାଗିଛି।

ଟୁଇଟର ‘Ask SRK’ସେସନରେ ଜଣେ ପ୍ରଶଂସକ ଶାହରୁଖଙ୍କୁ ପଚାରିଥିଲେ ଯେ ଯେତେବେଳେ ଆମେରିକାର ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଛୈୟା ଛୈୟା’ ଗୀତରେ ସ୍ୱାଗତ କରାଯାଇଥିଲା, ଆପଣଙ୍କୁ କେମିତି ଲାଗିଥିଲା ଏବଂ ଏ ସମ୍ପର୍କରେ କଣ କହିବେ? 

ଶାହାରୁଖ ଖାନ କିଛି ଏଭଳି ଉତ୍ତର ଦେଇଥିଲେ ଯାହା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ସେ କହିଥିଲେ ‘ସେଠାରେ ମୁଁ ଏହି ଗୀତରେ ନାଚିବାକୁ ଇଚ୍ଛା କରିଥିଲି, କିନ୍ତୁ ହଠାତ୍ ଭାବିଲି ସେମାନେ ଟ୍ରେନକୁ ଭିତରକୁ ପ୍ରବେଶ କରେଇବାକୁ ଦେଇ ନଥାନ୍ତେ।’

ଶାହାରୁଖଙ୍କ ଏହି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା ​। ଶାହାରୁଖଙ୍କ ଏହି ଉତ୍ତରରେ ଜଣେ ପ୍ରଶଂସକ ଲେଖିଛନ୍ତି, ‘ବହୁତ ଭଲ ପ୍ରତିକ୍ରିୟା’। ଅନ୍ୟ ଜଣେ ପ୍ରଶଂସକ ଲେଖିଥିଲେ, ‘ସର୍ବୋତ୍ତମ ଉତ୍ତର’ ଗୋଟିଏ ଟ୍ୱିଟରେ ଏହା ମଧ୍ୟ ଲେଖାଯାଇଥିଲା, “ଦିନର ସର୍ବୋତ୍ତମ ଟ୍ୱିଟର ଅଧିବେଶନ …”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ