Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଥମୁନି ହିଂସା; ମେୟରଙ୍କ ଘର ଭିତରକୁ ଜଳନ୍ତା କାର୍ ଚଢାଇ ଦେଲେ ବିକ୍ଷୋଭକାରୀ

ପ୍ୟାରିସ୍‌: ଫ୍ରାନ୍ସରେ ଅସମ୍ଭାଳ ପରିସ୍ଥିତି। ଫ୍ରାନ୍ସରେ ଲଗାତାର ପଞ୍ଚମ ଦିନ ଧରି ଦଙ୍ଗା ଜାରି ରହିଛି।  ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବିକ୍ଷୋଭକାରୀମାନେ ଆହୁରି ଉଗ୍ର ହେବାରେ ଲାଗିଛନ୍ତି। ଏକ ଉଗ୍ରବାଦୀ ଦଳ ପ୍ୟାରିସର ଏକ ଉପାନ୍ତ ଅଞ୍ଚଳରେ ମେୟରଙ୍କ ଘରେ ଭିତରକୁ କାର୍‌ ଚଢାଇ ନେବା ସହ ଘର ଭିତରେ ପଶି ଭଙ୍ଗାରୁଜା କରିଥିବା ଜଣାପଡିଛି।

ନାବାଳକ ଟ୍ରାଫିକ୍ ନିୟମ ନମାନିବାରୁ ପୁଲିସ ତା’ ଉପରକୁ ଗୁଳି ଚଳାଇବା ଏବଂ ଘଟଣାସ୍ଥଳରେ ତା’ର ମୃତ୍ୟୁ ହେବା ଘଟଣାକୁ ବିରୋଧ କରି ଫ୍ରାନ୍ସରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମୃତ ବାଳକର ବୟସ ୧୭ ବର୍ଷ ଥିଲା। ରବିବାର ଦିନ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବକମାନେ ଏକ ଜଳୁଥିବା କାରକୁ ଉପାନ୍ତ ଅଞ୍ଚଳର ମେୟରଙ୍କ ଘରେ ପଶାଇ ଦେଇଥିଲେ। ଏହି କାରଣରୁ ମେୟରଙ୍କ ଘର, ପତ୍ନୀ ଏବଂ ପିଲାମାନେ ଗୁରୁତର ଆହତ ହୋଇଥବା ଜଣାପଡିଛି।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ୪୫ ହଜାର ସୁରକ୍ଷା କର୍ମୀଙ୍କ ନିୟୋଜିତ ଅଛନ୍ତି ତେବେ ବି ହିଂସା ଥମିବାର ନାଁ ନେଉ ନାହିଁ।  ଗତରାତିରେ ମଧ୍ୟ ଦଙ୍ଗାକାରୀ ଶତାଧିକ ସରକାରୀ ଭବନରେ ନିଆଁ ଲଗାଇ ଦେବା ସହ ୨ ଶହରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି।