Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ନାକୁ ଆସିଲା ଟିମ୍ ଇଣ୍ଡିଆର ନୂତନ ଟେଷ୍ଟ ଜର୍ସି, ଡ୍ରିମ ୧୧ର ଲୋଗୋ ଦେଖି ଅସନ୍ତୁଷ୍ଟ କ୍ରିକେଟ୍ ପ୍ରେମୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନୂତନ ଟେଷ୍ଟ ଜର୍ସି ଉନ୍ମୋଚନ ହୋଇଛି। ଜର୍ସି ବହୁତ ରଙ୍ଗୀନ ନଜର ଆସୁଛି, ଯାହା ପୂର୍ବେ କେବେ ଦେଖିବାକୁ ମିଳି ନ ଥିଲା। ଆଡିଦାସର ନୀଳ ପଟି ପୂର୍ବରୁ ଥିଲା ଏବଂ ଏବେ ଡ୍ରିମ ୧୧ର ଲାଲ ରଙ୍ଗର ଲୋଗୋ ଜର୍ସିରେ ବହୁତ ଦେଖିବାକୁ ମିଳିଛି। ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଜୁଲାଇ ୧୨ରୁ ଖେଳାଯିବ। ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ହେଡସୁଟ୍ ସୁଟ୍ ସମୟରେ ଭାରତୀୟ ଟେଷ୍ଟ ଦଳର ନୂତନ ଜର୍ସି ସାମ୍ନାକୁ ଆସିଛି।

ଏହି ଟେଷ୍ଟ ଜର୍ସି କ୍ରିକେଟ୍ ପ୍ରଶଂସକଙ୍କୁ ପସନ୍ଦ ଆସିନାହିଁ। ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୧-୨୩ର ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳର ଜର୍ସି ଆଗରେ ଇଣ୍ଡିଆ ଲେଖା ହୋଇଥିଲା, ଯାହା କ୍ରିକେଟ୍ ପ୍ରେମୀଙ୍କୁ ବହୁତ ପସନ୍ଦ ଆସିଥିଲା। ଏବେ ଇଣ୍ଡିଆ ସ୍ଥାନରେ ଡ୍ରିମ ୧୧ ଦେଖି କ୍ରିକେଟ୍ ପ୍ରେମୀ ବିସିସିଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହେଡସୁଟରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହାଲି ଏବଂ ଆଜିଙ୍କ୍ୟ ରାହାଣେଙ୍କ ଫଟୋ ରହିଛି। ଏହି ସିରିଜ ସହିତ ଭାରତ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩-୨୫ରେ ନିଜର ଯାତ୍ରା ଆରମ୍ଭ କରିବ। ଜଣେ ପ୍ରଶଂସକ ଲେଖିଛନ୍ତି, ଏମିତି ଲାଗୁଛି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ନୁହେଁ ଡ୍ରିମ ୧୧ ଟିମ୍ ଖେଳିବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ