Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sanju Samson: ସୟଦ ମୁସ୍ତାକ ଅଲୀ ଟ୍ରଫିରେ କେରଳ ଦଳର ଅଧିନାୟକ ହେଲେ ସଞ୍ଜୁ ସାମସନ!

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କୁ ମିଳିଛି ନୂଆ ଦାୟିତ୍ୱ। ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ସେ କେରଳ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେରଳ ନିଜର ପ୍ରଥମ ମ୍ୟାଚ୍‌ ମଧ୍ୟପ୍ରଦେଶ ବିପକ୍ଷରେ ଖେଳିବ।

ଏହି ପ୍ରତିଯୋଗିତା ପାଇଁ କେରଳର ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଏଥିରେ ରେଡ୍‌ ବଲ୍‌ ଦଳର ଅଧିନାୟକ ବିଷ୍ଣୁ ବିନୋଦଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହା ସହ କେରଳ କ୍ରିକେଟ୍‌ ଲିଗ୍‌ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି।

ଟପ୍‌ ଅର୍ଡର ବ୍ୟାଟର ଅହମଦ ଇମ୍ରାନ ଏବଂ ବ୍ୟାଟିଂ ଅଲରାଉଣ୍ଡର ଗୋବିନ୍ଦ ଦେବ ଦଳରେ ସାମିଲ ହୋଇଛନ୍ତି। ସେହିପରି ଦ୍ରୁତ ବୋଲର କେଏମ୍‌ ଆସିଫ୍‌ ଏବଂ ସ୍ପିନର ବିଗ୍ନେଶ ପୁଥୁରଙ୍କୁ ମଧ୍ୟ ଚୟନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ