Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କ ବୈଠକ ଜବାବରେ ଏନଡିଏର ମହାମେଳି, ଜୁଲାଇ ୧୮ରେ ଦିଲ୍ଲୀଠୁ ବେଙ୍ଗାଲୁରୁ ଯାଏ ବୈଠକ

ନୂଆଦିଲ୍ଲୀ: ଜୁଲାଇ ୧୭ ଏବଂ ୧୮ରେ ବେଙ୍ଗାଲୁରୁରେ ବିରୋଧୀଙ୍କ ଦ୍ଵିତୀୟ ବୈଠକ ହେବାକୁ ଯାଉଛି। ଅନ୍ୟପଟେ ଶାସକ ବିଜେପି ମଧ୍ୟ ଜୁଲାଇ ୧୮ ତାରିଖରେ ଦିଲ୍ଲୀରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ଡକାଇଛି। ଏଥିରେ ଦଳ ନିଜର ପୁରୁଣା ଏବଂ ନୂତନ ସହଯାଗୀଙ୍କୁ ଆମନ୍ତ୍ରିତ କରିଛି। ସୂତ୍ର ଅନୁଯାୟୀ, ଏ ପର୍ଯ୍ୟନ୍ତ ୧୯ ଦଳ ଏନଡିଏ ବୈଠକରେ ଯୋଗ ଦେବେ ବୋଲି ରାଜି ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ସହଯୋଗୀଙ୍କୁ ଚିଠି ଲେଖିଥିଲେ। ଏଥିରେ ଅଜିତ ପାଓ୍ଵାରଙ୍କ ନେତୃତ୍ଵାଧୀଣ ଏନସିପି ଗୋଷ୍ଠୀ ଏବଂ ଜିତନରାମ ମାଂଝୀଙ୍କ ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା ପରି ନୂତନ ଦଳ ମଧ୍ୟ ସାମିଲ୍।

ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏନଡିଏ ସହଯୋଗୀ ମଧ୍ୟରେ କେମିତି ଉତ୍ତମ ସମନ୍ଵୟ ରହିବ ସେ ଉପରେ ଆଲୋଚନା ପାଇଁ ଡକାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ଏହା କ୍ଷମତାସୀନ ବିଜେପି ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଉଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ମୋଦୀ ସରକାରଙ୍କ ଦ୍ଵିତୀୟ କାର‌୍ୟ୍ୟକାଳରେ ପ୍ରଥମ ଥର ଏହି ଧରଣର ଏନଡିଏ ବୈଠକ ହେବାକୁ ଯାଉଛି।

ସୂତ୍ର ଅନୁଯାୟୀ, ଏଥର ସହଯୋଗୀ ଦଳଙ୍କ ପ୍ରତି ବିଜେପିର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ନଡ୍ଡାଙ୍କ ନିମନ୍ତ୍ରଣ କ୍ରମେ ଚିରାଗ ପାସଓ୍ଵାନଙ୍କୁ ଭେଟି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଲୋଚନା କରିଛନ୍ତି। ନିତ୍ୟାନନ୍ଦ ରାୟ ଶୁକ୍ରବାର ରାତିରେ ଗୋଟିଏ ସପ୍ତାହରେ ଦ୍ଵିତୀୟ ଥର ଚିରାଗଙ୍କୁ ଭେଟିଛନ୍ତି। ଏଲଜେପି ଏନଡିଏର ଏକ ପ୍ରମୁଖ ସହଯୋଗୀ ଦଳ ଭାବେ ରହି ଆସିଛି। ୨୦୨୦ ବିଧାନସଭା ନିର୍ବାଚନ ସମୟରେ ନୀତୀଶ କୁମାରଙ୍କ ବିରୋଧରେ ପ୍ରଚାର ପାଇଁ ଚିରାଗ ପାସଓ୍ଵାନ ବିହାର ଏନଡିଏ ମେଣ୍ଟରୁ ବାହାରି ଯାଇଥିଲେ। ଏହା ପରେ ତାଙ୍କ କକା ପଶୁପତି ପାରସଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ