Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କ ଯାଚିକା ଉପରେ ଶୁଣାଣି, ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀଙ୍କ ଦ୍ଵାରା ଦାୟର ଯାଚିକା ଉପରେ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ୧୦ ଦିନ ଭିତରେ ଜବାବ ଦେବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ ତାରିଖ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟ ମୂଳ ଆବେଦନକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

ହାଇକୋର୍ଟ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ ମନା କରି ଦେଇଥିଲେ। ସୁରଟର ଏକ ଅଦାଲତ ମୋଦୀ ସାଙ୍ଗିଆକୁ ନେଇ ରୁଜୁ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଜୁଲାଇ ୭ ତାରିଖରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରାହୁଲ ଗାନ୍ଧୀଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ସୁପ୍ରିମକୋର୍ଟଙ୍କୁ ଜୁଲାଇ ୨୧ କିମ୍ବା ଜୁଲାଇ ୨୪ ତାରିଖକୁ ସୂଚୀବଦ୍ଧ କରିବାକୁ ଅନୁରୋଧ କରିଥିଲେ।

ରାହୁଲ ଗାନ୍ଧୀ ନିଜ ଆବେଦନରେ କହିଛନ୍ତି ଯେ, ଯଦି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି ନ କରାଯାଏ ତେବେ ଗଣତାନ୍ତ୍ରିକ ସଂସ୍ଥାକୁ ବ୍ୟବସ୍ଥିତ ପ୍ରକ୍ରିୟାରେ ବାରମ୍ବାର ଦୁର୍ବଳ କରାଯିବ। ପରିଣାମସ୍ଵରୂପ ଗଣତନ୍ତ୍ର ଅଣନିଃଶ୍ଵାସୀ ହୋଇ ପଡ଼ିବ। ଏହା ଭାରତର ରାଜନୈତିକ ମାହୋଲ ଏବଂ ଭବିଷ୍ୟତ ପାଇଁ ଗମ୍ଭୀର ହାନୀକାରକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ