Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ କାହାକୁ ମିଳିବ ସୁଯୋଗ ? ଜାଣନ୍ତୁ ସମ୍ଭାବିତ ଚୂଡାନ୍ତ ଏକାଦଶ

ନୂଆଦିଲ୍ଲୀ: ଭାରତୀୟ ଦଳର ୨୦୨୩ ବିଶ୍ଵକପର ପ୍ରସ୍ତୁତି ଆଜିଠୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ଆରମ୍ଭ ହେବ। ଦଳର କିଛି ବରିଷ୍ଠ ଖେଳାଳି ଆହତଜନିତ ସମସ୍ୟା କାରଣରୁ ବାହାରେ ଅଛନ୍ତି। ତେଣୁ ରୋହିତ ଶର୍ମା ନିଜର ଶ୍ରେଷ୍ଠ ଚୂଡାନ୍ତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇ ପାରିବେ ନାହିଁ। ମାତ୍ର ଏହି ସିରିଜରେ ତାଙ୍କର ନଜର ବିଶ୍ଵକପ୍ ପାଇଁ ବ୍ୟାକ୍ ଅପ୍ ବିକଳ୍ପ ଖୋଜିବା ଉପରେ ରହିବ। ଏମିତିରେ ସୂର୍ଯ୍ୟକୁମାର ଯାଦବଙ୍କଠୁ ନେଇ ଇଶାନ କିଷନ, ସଞ୍ଜୁ ସାମସନ ଏବଂ ଉମରାନ ମଲିକଙ୍କ ପରି ଖେଳାଳିଙ୍କ ନିକଟରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷିତ କରିବାକୁ ସୁବର୍ଣ୍ଣ ସୁଯୋଗ ରହିବ। ଆସନ୍ତୁ ଜାଣିବା ପ୍ରଥମ ଦିନିକିଆରେ କେମିତି ହୋଇପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ।

ଭାରତର ଟପ୍ ୩ରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ରୋହିତ ଶର୍ମାଙ୍କ ସହିତ ଶୁଭମନ ଗିଲ୍ ଓପନ କରିବେ ଏବଂ ବିରାଟ କୋହଲି ନମ୍ବର ୩ରେ ବ୍ୟାଟିଂ କରିବେ। ବିଶ୍ଵକପରେ ମଧ୍ୟ ଭାରତର ଶୀର୍ଷ ୩ କ୍ରମରେ କୌଣସି ପରିବର୍ତ୍ତନ ହୋଇ ନ ପାରେ। ନମ୍ବର ୪ରେ ରୋହିତ ଶର୍ମା ବାମହାତୀ ବ୍ୟାଟର ଇଶାନ କିଷନଙ୍କୁ ପରୀକ୍ଷା କରି ପାରନ୍ତି, ଯିଏ ବିଶ୍ଵକପରେ କଏଲ ରାହୁଲଙ୍କ ବିକଳ୍ପ ହୋଇ ପାରିବେ। ହେଲେ ଦଳରେ ସଞ୍ଜୁ ସାମସନ ମଧ୍ୟ ଅଛନ୍ତି ଯିଏ ଇଶାନ କିଷନଙ୍କୁ ଟକ୍କର ଦେଇ ପାରନ୍ତି।

ଏହା ପରେ ନମ୍ବର ୫ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପକ୍କା। ଦଳରେ ଫିନିସର ଭୂମିକାରେ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ୍ ନଜର ଆସି ପାରନ୍ତି। ଅନ୍ୟପଟେ ସ୍ପିନ ବିଭାଗରେ ଜାଡେଜା ଏବଂ ଅକ୍ଷର ପଟେଲଙ୍କ ବ୍ୟତୀତ କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ। ଟେଷ୍ଟ ସିରିଜରେ ଇଣ୍ଡିଜର ପିଚ ସ୍ପିନ ଉପଯୋଗୀ ହୋଇଥିବାରୁ ଦିନିକିଆରେ ରୋହିତ ଶର୍ମା ୩ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇ ପାରନ୍ତି।

ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ଟେଷ୍ଟ ପରି ଦିନିକିଆରେ ମଧ୍ୟ ମହମ୍ମଦ ସିରାଜଙ୍କୁ ଦ୍ରୁତ ବୋଲରଙ୍କ ନେତୃତ୍ଵ ନେବାର ଥିଲା। ହେଲେ ତାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଛି। ଏମିତିରେ ଜୟଦେବ ଉନାଦକତ, ମୁକେଶ କୁମାର ଏବଂ ଉମରାନ ମଲିକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁଯୋଗ ମିଳିପାରେ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ/ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଜୟଦେବ ଉନାଦକତ, ଉମରାନ ମଲିକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ