Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଗାଣ ବର୍ଷା:ଧୋଇ ଦେଲା ଚାଷୀଙ୍କ ସ୍ୱପ୍ନ !

ସମ୍ବଲପୁର(ପଧାନପାଲି):ଗତ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଅନେକ ଚାଷୀଙ୍କ ସ୍ୱପ୍ନ ଧୋଇ ହୋଇ ଯାଇଛି।କେଉଁଠି ଘାଇ ହୋଇଛିତ,କେଉଁ ଚାଷ ଜମିରୁ ଧାନ ପଲ୍ଲା ଧୋଇ ହୋଇଯାଇଛି।ପୁଣି ଶହ ଶହ ଏକର ଜମିରେ ବାଲିଚର ମାଡିଯାଇଛି। ଅନେକ ସ୍ଥାନରେ ଚାଷ ଜମିରେ ଏବେବି ପାଣିର ସ୍ରୋତ ଚାଲିଛି।ଫଳରେ ଋଣ କରି ଚାଷ କାମ ଆରମ୍ଭ କରିଥିବା ଅନେକ ଚାଷୀଙ୍କ ପାଇଁ ଘାଇ ମରାମତି,ବାଲି କାଢିବା ଓ ଧାନ ପଲ୍ଲା ରୋଇବା ଭଳି ସମସ୍ୟା ଦେଖାଦେଇଛି। ଅଣ୍ଟା ସଲଖାଇବାକୁ ଯାଇ ଶେଶରେ ଅଣ୍ଟା ଭାଙ୍ଘି ବସିଛନ୍ତି ଚାଷୀ। ସମ୍ବଲପୁର ଜିଲ୍ଲାର କୋଣ ଅନୁକୋଣରେ ଏଭଳି ଅଭିଯୋଗ ଆସିଥିଲେବି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ବାହାମ ଗ୍ରାମପଞ୍ଚାୟତରେ ଏଭଳି ଅନେକ ଦୃଶ୍ୟ ନଜରକୁ ଆସିଛି।କଦଲିମୁଣ୍ଡା କଁଟାର ଓଭରଫ୍ଲୋ ବନ୍ୟା ଜଳ ଅନେକ ଚାଷୀଙ୍କ ପାଇଁ କାଳ ସାଜିଥିବା ବେଳେ ଏହି ବୃହତ କଁଟାର ରକ୍ଷଣା ବେକ୍ଷନ କରାଗଲେ ଏହା ଚାଷୀଙ୍କ ସମ୍ବଳ ହୋଇପାରନ୍ତା। ଏଥିପାଇଁ କାହାର ନଜର ନଥିବାରୁ ତଳି ଅଞ୍ଚଳକୁ ଏହା ବିପଦ ସାଜିଥିବା କୁହାଯାଉଛି। ଅନ୍ୟ ପକ୍ଷରେ କୁରୁପତି ମେହେର,ପ୍ରଫୁଲ୍ଲ କୁମାର ପଣ୍ଡା,ଗଦାଧର ମିଶ୍ର,ବିମ୍ବାଧର ମିଶ୍ର,ଲିଙ୍ଗରାଜ ନାୟକଙ୍କ ଭଳି ଅନେକ ଚାଷୀ ଏହି ଲଗାଣ ବର୍ଷାରେ ବେଶ୍ କ୍ଷତିଗ୍ରସ୍ତ ହୋଇଥିବା ଭଳି ନଜର ସାମ୍ନାକୁ ଆସିଛି। ଏ ସଂପର୍କରେ ରାଜସ୍ୱ ବିଭାଗକୁ ମଧ୍ୟ ଅବଗତ କରା ଯାଇଥିବା ନେଇ ସୂଚନା ରହିଛି।କ୍ଷୟକ୍ଷତି ଆକଳନକରି ସରକାରୀ ନିୟମାନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ମହଳରେ ଦାବି ଉଠିଛି।