ଜିଲ୍ଲାସ୍ତରୀୟ ଶିଶୁ ସୁରଭି ପ୍ରତିଯୋଗିତା: ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀ ରାଜ୍ୟସ୍ତରକୁ ମନୋନୀତ
ଜମନକିରା : ଜିଲ୍ଲାସ୍ତରୀୟ ‘ଶିଶୁ ସୁରଭି’ ପ୍ରତିଯୋଗିତାରେ ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ସ୍କୁଲ ତଥା ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ଏକ୍କା ସୃଜନଶୀଳ ଲିଖନ (କ୍ରିଏଟିଭ୍ ରାଇଟିଂ) ଏବଂ ନନ୍ଦିନୀ ମିର୍ଦ୍ଧା କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଏବଂ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଜିଲ୍ଲାସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀମାନଙ୍କର ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ କର୍ମଚାରୀ, ପରିଚାଳନା କମିଟି ଓ ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନଙ୍କ ସଫଳତା କାମନା କରିଛନ୍ତି।

