Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜା ଦଶାହରେ ଅଘଟଣ, ଲଣ୍ଡା ହୋଇ ଗାଧୋଇବା ବେଳେ ବୁଡ଼ି ଗଲେ ୨ ନାତି

ସୋର: ଅଜାଙ୍କ ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ। ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ସୋର ୱାଦା ଅଞ୍ଚଳରେ ଘଟିଛି। ଦୁଇ ମୃତକ ହେଲେ କୁଲୁଆ ପାଢୀ ଓ ଚନ୍ଦନ କର। କୁଲୁଆ ପାଢ଼ୀ ଯୁକ୍ତ ୨ କଲେଜ ପଢୁଥିଲେ , ଆଉ ଚନ୍ଦନ +୩ରେ ପଢ଼ୁଥିଲା କ୍ଷ ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି କ୍ଷ ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ୱାଦା ଅଞ୍ଚଳର ସ୍ଵର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଇ ଯାଇଥିଲେ। ହେଲେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ପରେ ନ ଆସିବାରୁ ସମ୍ପର୍କୀୟମାନେ ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନା ଏବଂ ସୁଶାନ୍ତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ