Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା: ଅଭିଯୁକ୍ତ ଭାସ୍କରଙ୍କୁ ଛାଡ଼ି ଦେଲା ପୋଲିସ

ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଛାଡ଼ି ଦେଇଛି। ଦୁଃଖ ପ୍ରକାଶ କରିବା ଓ କ୍ଷମା ମାଗିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ଵର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକାରେ  ପୋଲିସ ଛାଡ଼ି ଦେଇଥିବା ଜଣା ପଡ଼ିଛି। ଆଜି ସକାଳେ ଭାସ୍କର ସାହୁଙ୍କ ବଡ଼ଭାଇ ଧନେଶ୍ଵର ସାହୁ ଓ ଗାଁର ୫ଜଣ ମୁରବି ତାଙ୍କୁ ସାକ୍ଷୀଗୋପାଳ ଥାନାରୁ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ନିଜ ଗାଁକୁ ନେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପୁରୀ ଜିଲ୍ଲାର ସତ୍ୟବାଦୀରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ଭାସ୍କର ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଭାସ୍କର ହେଉଛି କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର।  ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖିବା ସହ ପୁରୀର କୌଣସି ଅଜ୍ଞାତ ସ୍ଥାନରେ ରଖି ଗତକାଲିଠୁ ପଚରାଉଚରା କରୁଥିଲା।

ଭାସ୍କର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଗାଁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବିଶେଷକରି ଦୟା ନଦୀ ସୁରକ୍ଷା ଅଭିଯାନ ନାମରେ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟ ଜାରି ରଖିଥିଲେ। ଏହି କାର୍ଯ୍ୟକୁ ତାଙ୍କ ପରିବାର ବର୍ଗ ସହ ଗାଁ ଲୋକେ ଭାସ୍କରଙ୍କୁ ସମର୍ଥନ କରିବା ସହିତ ସେ ଠିକ୍ କରିଥିବା କହିଛନ୍ତି। ସ୍ଵାମୀଙ୍କ ଏହି କାର୍ଯ୍ୟ ପାଇଁ ସେ ଗର୍ବିତ ବୋଲି ଭାସ୍କରଙ୍କ ସ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ