Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭୁବନେଶ୍ଵର: ରାଜଧାନୀର ପ୍ରାଚୀବିହାରରେ ଏକ ଭଡ଼ାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘରର କବାଟ ଭାଙ୍ଗି ମଞ୍ଚେଶ୍ଵର ଥାନା ପୋଲିସ ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ। ସେ ଏସବିଆଇର ଫାଇନାନ୍ସ କର୍ମଚାରୀ ହିସାବରେ କାମ କରୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ମୃତକଙ୍କ ନାମ ଦୀପକ ଦାସ(୨୬ ବର୍ଷ)। ସେ ପ୍ରାଚୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଏସ୍‌ବିଆଇ ଫାଇନାନ୍ସରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ରବିବାର ଦିନ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଶେଷରେ ରୁମ୍‌ମେଟ୍ ପୋଲିସକୁ ଜଣାଇଥିଲେ । କିଛି ସମୟ ପରେ ପୋଲିସ ପହଞ୍ଚି କବାଟ ବାଡେଇ ଡାକିଥିଲେ ହେଁ ଘର ଭିତରୁ କୌଣସି ଉତ୍ତର ଦେଇନଥିଲେ ଦୀପକ । ଶେଷରେ ପୋଲିସ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲା ।

କବାଟ ଭାଙ୍ଗିବା ପରେ ଘର ଭିତରେ ଫ୍ୟାନରେ ଏକ ଗାମୁଛା ଲଗାଇ ଦୀପକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲା ପୋଲିସ । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ହେଲେ ସେ ଆତ୍ମହତ୍ୟା କାହିଁକି କଲେ, ସେନେଇ ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ