Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିବା ବେଳେ ମୁଖ୍ୟ ରାସ୍ତାଟି ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି:୧/୯ (ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ହାତରେ ଥିବା ସହରର ମୁଖ୍ୟ ରାସ୍ତା ଟିକୁ ପୌର ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା କରାଯାଇଥିବା ମୁଖ୍ୟ ରାସ୍ତାଟି ତଥା ଫରେଷ୍ଟ ଗେଟ୍ ଛକ ଠାରୁ ରାଣୀ ପେଣ୍ଠ ଛକ ଏବଂ କୋର୍ଟ ଛକ ଠାରୁ ପୁରୁଣା ଫାଇର ଷ୍ଟେସନ ପର୍ଯ୍ୟନ୍ତ ଏହି ଗୋଲେଇ ରାସ୍ତା ଓଶାରିଆ କରିବା ପାଇଁ ଓଡ଼ିଶା ସରକାର ଙ୍କ ତରଫରୁ ଅଟକଳ ମୁଲ୍ୟ ଆନୁମାନିକ ୩୫କୋଟି ରୁ ୪୦କୋଟି ହୋଇଥିବା ଆକଳନ କରାଯାଉଛି। ଏହି ରାସ୍ତା ଦୁଇ ଜଣ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରେରଣ କରିଥିଲେ ବି ଏମ ସି, ଏବଂ ଏ ଆର ଏସ ଏସ ଏହି ଦୁଇ କମ୍ପାନୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ରାସ୍ତା ଓସାରିଆ ଏବଂ ନର୍ଦ୍ଦମା ଗୁଡିକ ଘୁଞ୍ଚାଇବାକୁ ଓ ଯେଉଁ ବ୍ୟକ୍ତି ବିଶେଷଙ୍କ ଘର ଆବଶ୍ୟକ ସ୍ଥଳେ ଘର ଭାଙ୍ଗିବା ପାଇଁ କ୍ଷତି ପୂରଣ ପ୍ରଦାନ କରାଯାଇଥିଲା।ଓ ରାସ୍ତା ଉପରେ ଲାଇଟ୍ ଖୁଣ୍ଟ ବଦଳାଇବା ସହିତ ମାଟି ତଳେ ପାଇପ ଲାଇନ ବଦଳାଇବା ସକାସେ ସରକାର ଙ୍କ ପକ୍ଷରୁ ଅନୁଦାନ ଆସି ଟେଣ୍ଡର ପ୍ରକ୍ରିୟା ଦ୍ଵାରା କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ସମସ୍ତ ବିଷୟବସ୍ତୁ ଅନୁଧ୍ୟାନ କରିବାକୁ ଗଲେ ଏଠାରେ ଦୁଇକଷ୍ଟ୍ରକସନ କମ୍ପାନୀ, ଜନସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତବିଭାଗ,ଗ୍ରୀଡକୋବିଭାଗ ,ରେଭେନିଉ, ଏମାନଙ୍କ ମିଳିତ ଉଦ୍ୟମରେ ଏହି କୋଟି କୋଟି ଟଙ୍କାସରକାରଙ୍କଫସରଫାଟିଛି ରେଭିନ୍ୟୁ ବିଭାଗ ମାର୍କିଂ ରେ ରାସ୍ତା ଓସାରିଆ ମାପିବା ରେ ଦୁର୍ନୀତି ଯାହା କି ପୂର୍ବ ଅବସ୍ତା ଠାରୁ ରାସ୍ତାର ଚୌଡା କମି ଜାଇଥିବା ଦେଖିବାକୁ ମିଳିଛି ଜନସ୍ବାସ୍ଥ୍ୟ ବିଭାଗ ଠିକାଦାର ରାତାରାତି ନର୍ଦ୍ଦମା ଭିତରେ ବଡ଼ ବଡ଼ ପାଇପ୍ ବିଛାଇ ଦେଇ ସମସ୍ତ ନର୍ଦ୍ଦମା ପୋତି ଦେଲେ ଯାହା ଫଳରେ ଆଜି ପର୍ଯ୍ୟନ୍ତ ସେ ନର୍ଦ୍ଦମା ଖନନ ହେବା ସମ୍ଭାବ ହୋଇ ପାରୁନାହିଁ। ବର୍ତମାନ ରାସ୍ତା ଉପରେ ବସ ଗାଡି ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମସ୍ତ ଦୋକାନବଜାର ରାସ୍ତା ଉପରକୁ ଚାଲିଆସିଥିବା ବେଳେ ରାସ୍ତା ସଂପୂର୍ଣ୍ଣ ରୁପେ ଜାମ ହୋଇ ଜାଇଛି। ସମସ୍ତ ଲୋକଙ୍କ ଗାଡ଼ି ମଟର ଦୋକାନ ସମ୍ମୁଖରେ ରଖୁଛନ୍ତି। ନିକଟରେ ପାର୍କିଂ ସ୍ତଳି ଥିବା ବେଳେ କୌଣସି ଲୋକ ପାର୍କିଂ ସ୍ତଳି ରେ ଗାଡ଼ି ନ ରଖି ରାସ୍ତା ଅବରୋଧ କରି ରଖିଥିଲେ ଏଠାରେ ଟ୍ରାଫିକ ପୁଲିସ ନିଷ୍କ୍ରିୟତା ଯୋଗୁଁ ରାସ୍ତା ଉପରେ ବେପାରୀ ମାନେ ଦୋକାନ ଖୋଲି ବସୁଥିବାଯୋଗୁଁ ରାସ୍ତାରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏଠାରେ ପୌର ପରିଷଦ ମୁଖ୍ୟ ରାସ୍ତା ଗୁଡ଼ିକୁ ପୂର୍ତ୍ତବିଭାଗ କୁ ହସ୍ତାନ୍ତର କରିବା ପରେ ମୁଖ୍ୟ ରାସ୍ତାରେ ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ଗୁଡ଼ିକ ମରଣ ଯନ୍ତା ପାଲଟିଛି l ନାଁ ପୌର ପରିଷଦ ଦାଇତ୍ୱ ନେଉଛି ନାଁ ପୂର୍ତ୍ତବିଭାଗ ଦାଇତ୍ୱ ନେଉଛି। ଲୋକଙ୍କ ପାଇଁ କୋୖଣସି। କ୍ଷେତ୍ରରେ ସୁଫଳ ମିଳୁନାହିଁ। ସେସରେ ପୂର୍ତ୍ତବିଭାଗ ରାସ୍ତା କାର୍ଯ୍ୟ ଯାହା କରିଥିଲେ ସେହି ସମୟରେ ପଚାରିଲେ କାର୍ଯ୍ୟ ନିମ୍ନମାନର ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ତାହା ସବୁ ଠାରୁ ଉନ୍ନତମାନର କାର୍ଯ୍ୟ ବୋଲି କହୁଛନ୍ତି ବାଲି, ସିମେଣ୍ଟ, ଗୋଡ଼ି ପ୍ରୀମିକ୍ସ, ବହୁତ ଭଲ କାମ ଏହା ଗୋଟିଏ କମ୍ପାନୀକୁ କାମ କରିବାକୁ ଦିଆଯାଇଛି । ଆପଣ ମାନେ ସେ ବିଷୟରେ ଜାଣିବା ଆବଶ୍ୟକ ରହିଛି ବୋଲି ବୁଝାଉଥିଲେ। ଯାହା ର ପରିଣାମ ଆଜି ସେ ବିଭାଗରେ ସେ କର୍ମଚାରୀ ନାହାନ୍ତି। ସେ କଷ୍ଟ୍ରକସନ କମ୍ପାନୀ ନାହିଁ। ଏଠାରେ ପାରଳା ଜନସାଧାଣ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଭଲ ଭାବରେ ରାସ୍ତା ନାଳ ନିର୍ମାଣ, କରେଣ୍ଟ ଖୁଣ୍ଟ ବଦଳାଇବା ପୌର ପରିଷଦ ନାଳରେ ଜନସ୍ବାସ୍ଥ୍ୟ ବିଭାଗ ର ପାଇପ୍ ବିଛାଇ ନାଳଟିକୁ ବନ୍ଦ କରିଦେଇ ଥିବା ସ୍ଥାନରେ ନାଳ ନିର୍ମାଣ କରିବା ନେଇ ଅନୁଧ୍ୟାନ କଲେ ଯାହା ଜଣା ପଡୁଛି ଏଠାରେ ସମସ୍ତଙ୍କ ମିଶ୍ରଣରେ ମହା ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି ଏବଂ ଦେଖିବାକୁ ମିଳିଛି। ଯେଉଁ ପୂର୍ତ୍ତବିଭାଗ ରାସ୍ତା ତାଙ୍କର ନିଜ କାର୍ଯ୍ୟାଳୟ ଏବଂ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ହେଲେ ଏକ ପୋଖରୀ ଭଳିଆ ପାଣି ସୁଅ ଛୁଟୁଛି। ସେହି ପରି ରାଣିପେଣ୍ଠ ରାସ୍ତା ରେ ଗୁମ୍ମା ଗଡା ନିକଟରେ ମଧ୍ୟ ସେ ଅବସ୍ତା। ଦେଖିବାକୁ ଗଲେ ସହରରେ ସମସ୍ତ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ବୋହୁଥିବ ଦେଖିବାକୁ ମିଳିଛି। ତେଣୁ ଏହି ସମସ୍ତ ବିଷୟବସ୍ତୁ କୁ ଦେଖି ପାରଳା ସହରର ବିଷୟରେ କିଛି ଦିନ ପୂର୍ବରୁ ବର୍ତମାନ ର ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ସେ ଜଣାଇଥିଲେ ଯେ ଏହି କାର୍ଯ୍ୟକ୍ରମ କୁ ରିସାଇନ୍ କରାଯାଇଛି ଏବଂ ନୁଆ ଏକ୍ସେନ ପ୍ଲାନ୍ ରେ କାର୍ଯ୍ୟ କରିବା ପାଇଁ କହିଥିଲେ। କିନ୍ତୁ ସରକାର ଙ୍କ ଅର୍ଥ ହରିଲୁଟ ହୋଇଥିବା ଠିକାଦାର ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ମଧୁଚନ୍ଧ୍ରିକା ଯୋଗୁଁ ଆଜି ପାରଳାଖେମୁଣ୍ଡି ସହରର ଲୋକେ ମୂଖ୍ୟ ରାସ୍ତା ଉପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏ ସମସ୍ତ ଘଟଣାକୁ ନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରକାର ଉଚସ୍ରରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି କହିଲେ ନାହିଁ।ଏହି ସମସ୍ତ ବିଷୟବସ୍ତୁ ବିଚାର କଲେ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ଆଣିଛନ୍ତି ଯେ ଏଠାରେ ଆସିବା ଅର୍ଥ ବାଟମାରଣା କରିବା ପାଇଁ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ସହରରେ ବିଭିନ୍ନ ସ୍ଥାନରେ ଆଲୋଚନା ଚାଲି ଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ