Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ପୌର ପରିଷଦ ଠାରେ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ

ପାରଳାଖେମୁଣ୍ଡି:୧/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟପରିସରରେ ଆଜି ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଆଜି ସକାଳୁ ପାରଳାଖେମୁଣ୍ଡି ପୌରପରିଷଦ ଅଧକ୍ଷା ନିର୍ମଳା ସେଠୀ କାର୍ଯ୍ୟାଳୟ ଠାରେ ପତାକା ଉତ୍ତଳନ କରିବା ସହ ପୌର କାର୍ଯ୍ୟାଳୟରୁ ଏକ ରାଲି ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସଚେତନ କରିଥିଲେ । ପରେ ମୁଖ୍ୟ ଚିକିତ୍ସାଳୟ ଠାରେ ନିର୍ମିତର ଶୁଭ ଉଦଘାଟନ କରିବା ସହ ସ୍ଵଂୟ ସହାୟକ ଗୋଷ୍ଠୀ କୁ ମୁକ୍ତା ଯୋଜନାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଆଦେଶ ପତ୍ର ମୁଖ୍ୟଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ସ୍ୱାୟତ୍ତ ଶାସନ ଦିବସ ଅବସରରେ ସନ୍ଧ୍ୟାରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟେଜିତ ହୋଇଥିବାବିଭିନ୍ନପ୍ରତିଯୋଗିତାର କୃତିପ୍ରତି ଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ, ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଗଜପତି ଆରକ୍ଷୀ ଅଧିକ୍ଷକ ଏସ. ସ୍ଵାତୀ କୁମାର ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ପୌରପରିଷଦର ସମସ୍ତ କର୍ମଚାରି ଓ ସମସ୍ତ କାଉନସିଲର ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ