Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସରୁ ସସପେଣ୍ଡ ହେଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲେ ଜଟଣୀର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ମନ୍ମଥ ରାଉତରାୟ |  ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।|

ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ। ଫଳରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।  ସେ ଏହାର ଉତ୍ତର ନ ଦେଇଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ମନ୍ମଥଙ୍କ କଂଗ୍ରେସରୁ ନ ଲଢିବା ବୟାନ ସଂପ୍ରତି ରାଜ୍ୟ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ,  ମନ୍ମଥ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ସେ ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହା ଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ଵାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ ତାଙ୍କର ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ କହିଛନ୍ତି। ଏପରିକି କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ଏହି ସମାନମତ। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି ବୋଲି ମନ୍ମଥ କହିଥିଲେ।

ମନ୍ମଥ ପାଇଲଟ୍ ଚାକିରି ଛାଡ଼ି ଗତ କିଛି ମାସ ହେବ ରାଜନୀତିରେ ଥାପ ଦେଇଛନ୍ତି। ବାପା ସୁର ରାଉତରାୟ କଂଗ୍ରେସର ପୁରୁଖା ନେତା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଛଅ ଥର ବିଧାୟକ ଭାବେ ଜିତି ସାରିଛନ୍ତି। ତେବେ ସେ ଆସନ୍ତା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ସ୍ଥାନରେ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସରୁ ଲଢିବ ବୋଲି ସୁର କହିଥିଲେ।

ତେବେ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ମଥ କହିଥିଲେ ଯେ, ଆଗାମୀ ନିର୍ବାଚନରେ ସେ ଜଟଣୀରୁ ପ୍ରାର୍ଥୀ ହେବେ ହେଲେ କଂଗ୍ରେସରୁ ନୁହେଁ । କାରଣ ତାଙ୍କ ଟିମ୍‌ କୁଆଡ଼େ କରିଥିବା ସର୍ଭେ କହୁଛି ଜଟଣୀବାସୀ ତାଙ୍କୁ କଂଗ୍ରେସରୁ ଦେଖିବାକୁ ଚାହୁଁନାହାନ୍ତି । ତେବେ ସେ କେଉଁ ପାର୍ଟିରୁ ଲଢ଼ିବେ ଆସନ୍ତା ଅକ୍ଟୋବର ମାସରେ ତାହା ସ୍ପଷ୍ଟ କରିବେ । ଗତକାଲି ପୁଣି ଥରେ ସୁର କହିଛନ୍ତି ଯେ, ପୁଅ ଅଲବତ ଜଟଣୀରୁ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ