Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ

ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଦୁର୍ନୀତି ମାମଲାରେ ଏକ ନମ୍ବର ଦୋଷୀ ଥିଲେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତି ନିବାରଣ ଆଇନ ୧୯୮୮ ଅନୁସାରେ, ୧୨୦(୮), ୧୬୬, ୧୬୭, ୪୧୮, ୪୨୦, ୪୬୫, ୪୭୧, ୪୦୯, ୨୦୧, ୧୦୯, ୩୪ ଓ ୩୭ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ