Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଆଦିବାସୀ ଅଞ୍ଚଳରେ ଜନ କଲ୍ୟାଣ ପ୍ରତିଷ୍ଠାନ ସ୍ଵେଚ୍ଛାସେବୀ ସଂଗଠନ ସଫଳତା ସହ କାର୍ଯ୍ୟ କରୁଛି

ପାରଳାଖେମୁଣ୍ଡି:୧୦/୮(ଗରୁଡ଼ ଧ୍ଵଜ ଚୌଧୁରୀ)
ଜନ କଲ୍ୟାଣ ପ୍ରତିଷ୍ଠାନ ସ୍ଵେଚ୍ଛାସେବୀ ସଂଗଠନ ଗଜପତି ଜିଲ୍ଲାରେ ମସିହା ୧୯୯୧ -୯୨ ରୁ ଆଦିବାସୀ ମାନଙ୍କ ସହ କାର୍ଯ୍ୟକରି ଆସୁଅଛି। ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଶିକ୍ଷା କେନ୍ଦ୍ର , ବ୍ରିଜ୍ କୋର୍ସ , ଇଜିଏସ୍ ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରହିଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଲେରିଆ , ଟି.ବି, ଆର୍ ଚି ଏଚ୍ କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି। ଜନକଲ୍ୟାଣ ପ୍ରତିଷ୍ଠାନ ମୁଖ୍ୟତ ଅଧିବାସୀଙ୍କ ଜୀବିକା ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଇଣ୍ଡୋସିସ ପ୍ରୋଜେକ୍ଟ , ୟୁଏନଡିପି ପ୍ରୋଜେକ୍ଟ , କେୟାର ଓଡିଶା , ସ୍ପାର୍ ଓ ଜି ଏସ୍ ଏସ୍ ଏସ୍ ଆଦି ଅନୁଷ୍ଠାନ ସହିତ କାର୍ଯ୍ୟ କରିଆସୁଛି।ନୂଆଗଡ ବ୍ଲକରେ ମସିହା ୨୦୦୪-୦୫ ରୁ ୨୦୧୬-୧୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ OTELP phase-1 ଓ OTELP plus ତିନୋଟି ପ୍ରୋଜେକ୍ଟରେ ଉଲେଖନୀୟ କାର୍ଯ୍ୟ କୃତିତ୍ଵ ସହ କରିଆସିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ଜମି ପରିଚାଳନା , ବୃକ୍ଷ ରୋପଣ-୧୫୦୦ ଉର୍ଦ୍ଧ ଅଞ୍ଚଳରେ ଆମ୍ବ ଓ କାଜୁ , ୫୦୦ ଏକର ଉର୍ଦ୍ଧ ଜମିରେ ଜଳ ସେଚନ ବ୍ୟବସ୍ଥା , କେନାଲ ଓ ପୋଖରୀ ଇତ୍ୟାଦି କରାଯାଇଅଛି। ସୋଲାର ଲଣ୍ଠନ , ମୋବାଇଲ ଚାର୍ଜିଂ ସ୍ଟେଶନ ଓ ପିଇବା ପାଣି ୫୦ ରୁ ଅଧିକ ଗ୍ରାମରେ କରାଯାଇଛି। ୨୫ ରୁ ଉର୍ଦ୍ଧ ଗ୍ରାମରେ ଚେକ୍ ଡ୍ୟାମ , ୧୫ ରୁ ଉର୍ଦ୍ଧ କୂପ ଖନନ , ୨୦ ରୁ ଉର୍ଦ୍ଧ କେନାଲ ଓ ଜଳ ଜମି କାର୍ଯ୍ୟ ପରିଚାଳନା କରାଯାଇଅଛି। ୩୦ଟି ଭି ଡି ସି ୫୦ ଗ୍ରାମରେ , ପ୍ରତ୍ୟକ ଗ୍ରାମରେ ଗୋଦାମ ଗୃହ , ଗୋଷ୍ଠୀ ଗୃହ , knowledge Centre ଗଠନ କରାଯାଇଛି। ମୋଟ ୩୦୦୦ ପରିବାର ଜୀବନ ଜୀବିକାର ଉନ୍ନତି କରାଯାଇଅଛି। ମସିହା ୨୦୧୭-୧୮ ରୁ ସେରଙ୍ଗ ଅଞ୍ଚଳରେ ଏଲଏସଡିଏ ସହିତ OPELIP ପ୍ରକଳ୍ପ ଅଧିନରେ ଲାଞ୍ଝିଆ ସଉରା ମାନଙ୍କ ସହିତ କାର୍ଯ୍ୟକ୍ରମ ଚାଲୁରହିଛି । ଏହି କାର୍ଯ୍ୟକ୍ରମ ଭିଡିସି ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମରେ ଚାଷ ଜମିର ଜମି ସମତଳ , ୪୫୦ ଏକର କୃଷି ଉନ୍ନତି , ଫଳ ଗଛ ରୋପଣ , ଆମ୍ବ ଓ କାଜୁ ୩୦୦ ଏକର ଉର୍ଦ୍ଧ ଜମିରେ ରୋପଣ କରାଯାଇଅଛି। ଜଳ ସେଚନ , କେନାଲ ଓ ନଳକୂପ ମାଧ୍ୟମରେ ୫୦୦ ଏକର ଉର୍ଦ୍ଧ ଜମିରେ ବ୍ୟବସ୍ଥା କରାଯାଇଅଛି। ପିଇବା ପାଣିର ବ୍ୟବସ୍ଥା ୫୦ ଗ୍ରାମରେ କରାଯାଇଅଛି । ପଶୁ ସମ୍ପଦ ବିକାଶରେ ୧୦୦ ଏସ୍ ଏଚ ଜି ଦଳ ଛେଳି ପାଳନ କରୁଛନ୍ତି ଏବଂ ଗୁହାଳର ବ୍ୟବସ୍ଥା କରାଯାଇଅଛି। ପ୍ରତି ପରିବାରକୁ ୪୦ ଲେଖାଏଁ କୁକୁଡା ଏବଂ ୧୦୦ ଏସ୍ ଏଚ ଜି କୁ ୩୨ ଲେଖାଏଁ ଛେଳିର ସାହାଯ୍ୟ ଦିଆହୋଇଛି । ଏସ୍ ଏଚ ଜି ମାଧ୍ୟମରେ ମହିଳା ସଭ୍ଯଙ୍କୁ ବିଭିନ୍ନ ପ୍ରକାର ଆୟପନ୍ଥା ସକାଶେ ସାହାଯ୍ୟ ଦିଆଯାଇଅଛି। ବିଭିନ୍ନ ଜୀବିକା ଉନ୍ନତି କାର୍ଯ୍ୟକ୍ରମରେ ଗୋଷ୍ଠୀଙ୍କର ଜୀବିକା ଉନ୍ନତି ହୋଇପାରିଛି। କୃଷି ଉନ୍ନତିରେ ସମସ୍ତ ପ୍ରକାର ବିହନ ବ୍ୟବସ୍ଥା ସହିତ ବିହନ ରଖିବା ପାଇଁ ବ୍ୟବସ୍ଥା କରାଯାଇଅଛି । ଗ୍ରାମ୍ୟ ଭିତ୍ତି ଭୂମି ବିକାଶରେ ଗୋଷ୍ଠୀ ଗୃହ ୩୦ ରୁ ଉର୍ଦ୍ଧ ଗଠନ କରାଯାଇଅଛି। ୩୫ଟି ଖଳା ଶସ୍ୟ ସୁଖେଇବା ପାଇଁ ବ୍ୟବସ୍ଥା କରାଯାଇଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories