ଅନୁସୂଚୀତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି “ସହଭାଗୀ ରୂପେ ଅଭିଭାବକ” କାର୍ଯ୍ୟକ୍ରମ।


ପାରଳାଖେମୁଣ୍ଡି:୧୦/୮(ଗରୁଡ଼ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନ୍ୱେଷା ହଷ୍ଟେଲରେ ଆମେ ଜାଣିବା ଆମେ ଜିଣିବା ଓ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି “ସହଭାଗୀ ରୂପେ ଅଭିଭାବକ” କାର୍ଯ୍ୟକ୍ରମ ଏହି ସଭାରେ ଶ୍ରୀ ବିରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ତାଙ୍କ ଅଭିଭାଷଣରେ ସମସ୍ତ ଅଭିଭାବକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖେଇଥିବା ମାନ୍ୟଗଣ ବ୍ୟକ୍ତି ଯଥା ଜର୍ଜ ୱାଶିଂଟନ, ଥୋମାସ ଏଡିଶନ, ଯତୀନ ଦାସ ବିଷୟରେ ପ୍ରେରଣା ଦାୟକ ଉଦାହରଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ମହୋଦୟ ଅଭିଭାବକ କିଭଳି ଅଂଶୀଦାର ଭାବରେ ଶିକ୍ଷା ବ୍ୟବସ୍ଥାର ପରିବର୍ତନ ଆଣିବା ସହିତ ସ୍କୁଲ ପରିବେଶ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା ବିଷୟରେ ବର୍ଣ୍ଣନା କରିଥିଲେ । ଏତଦ ବ୍ଯତୀତ ଅଭିଭାବକ ମାନେ କିଭଳି ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଯୋଜନ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଉପକୃତ ହେବେ ତାହା ଉପରେ ବ୍ୟକ୍ତବ ରଖିଥିଲେ କାରଣ ଏହି ( PaP ) କାର୍ଯକ୍ରମଟି ସମ୍ପୂର୍ଣ ଭାବରେ ଅଭିଭାବକ ମାନଙ୍କ ପାଇଁ ସୂଚନା ଶିକ୍ଷାଦାୟକ ସମ୍ପ୍ରେଶଣ ଭିତିକ ଅଟେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବିଭାଗ ଯଥା ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ମତ୍ସ୍ୟ ବିଭାଗ,କୃଷି ବିଭାଗ, ପଶୁ ଓ ପ୍ରାଣୀ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ , ମିଶନଶକ୍ତି /ମହିଳା ଓ ଶିଶୁ ବିଭାଗ,ଆଦିବାସି ଉନ୍ନୟନ ବିଭାଗ ତରଫରୁ ସରକାର ଙ୍କର ସମସ୍ତ କାର୍ଯ୍ୟ କ୍ରମ ଉପରେ ଅବିଭାବକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପାଟନର୍ ବିଦ୍ୟାଳୟ ମାନେ ମଧ୍ୟ ଅଂଶ ଗ୍ରହଣ କରି ତାଙ୍କ ବିଦ୍ୟାଳୟରେ ପଢୁଥିବା ଅନ୍ୱେଷା(ANWESHA) ପିଲାମାନଙ୍କ ଦ୍ଵାରା ବିଦ୍ୟାଳୟରେ ପ୍ରଦର୍ଶିତ କୃତିତ୍ୱ ର ବିଭିନ୍ନ ଫଟୋ ଗ୍ୟାଲେରୀରେ ପ୍ରଦର୍ଶନ କରିଥିଲେ। ସଭା କାର୍ଯକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ରାଣୀ ପରିଡା ପରିଚାଳନା କରିଥିଲେ । ସେ ବିଶଦ ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ସମସ୍ତ ବିଦ୍ୟାଳୟ ଓ ଛତ୍ରାବାସ ମାନଙ୍କରେ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସୁଯୋଗ ସହିତ ଅନ୍ତେବାସୀ ମାନଙ୍କର ଉଚିତ ପ୍ରାପ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ ଏହାପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବକୃତା,ପ୍ରବନ୍ଧ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତ କାର୍ଯ୍ୟ ହୋଇଥିବା ସମୁଦାୟ ୧୯ ଜଣ ଅନ୍ତେବାସୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କାର ବଣ୍ଟନ କରଯାଇଥିଲା ।ପରିଶେଷରେ ମୋନିଙ୍ଗି ଭେଙ୍କଟ ଆପନା ଧନ୍ୟବାଦ୍ ଅର୍ପଣ କରିଥିଲେ ।