Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍

ଭୁବନେଶ୍ୱର: ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଆଜି ସନ୍ଧ୍ୟାରେ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଆସନ୍ତାକାଲି ଖାରବେଳ ଭବନରେ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେବେ। ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ ପହଞ୍ଚି ସାରିଛି। ଅକ୍ଟୋବର ମାସରେ ସମସ୍ତ ଇଭିଏମ ଓ ଭିଭିପାଟର ଯାଞ୍ଚ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୪ ଜାନୁଆରୀ କିମ୍ବା ଫେବୃଆରୀରେ ନିର୍ବାଚନ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଅନ୍ୟପଟେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଥିଲେ, ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଉଛି । ତେବେ ଆଗୁଆ ନିର୍ବାଚନ ସହ ଏହାର କୌଣସି ସମ୍ପର୍କ ନଥିବା ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେ ଏହା ମଧ୍ୟ କହିଥିଲେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ପ୍ରଥମ ସପ୍ତାହରୁ ଇଭିଏମ ମେସିନର ଟେଷ୍ଟିଂ କାମ ଆରମ୍ଭ ହେବ । ନଭେମ୍ବର ୧୫ ସୁଦ୍ଧା ଟେଷ୍ଟିଂ କାମ ସରିବା ଲକ୍ଷ୍ୟ ରହିଛି । ଭାରତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିଷ୍ପତ୍ତି ଅନୁସାରେ କାମ ହେବା ୧୭ ଅକ୍ଟୋବରରେ ଡ୍ରାଫ୍ଟ ଭୋଟର ଲିଷ୍ଟ ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ