Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଗୁମାସ୍ତ ଶାସନ ଚାଲିଛି, ଏକଛତ୍ରବାଦ ପାଇଁ ଲୋକେ ଭୋଟ୍ ଦେଇ ନ ଥିଲେ: ନରସିଂହ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ବେଶ ଉଷ୍ଣ ରାଜ୍ୟ ରାଜନୀତି। ତାଙ୍କର ଖବରକାଗଜରେ ଆଲେଖ୍ୟ ଓ ଦଳ ବିରୋଧୀ ମନ୍ତବ୍ୟ ପାଇଁ ମଙ୍ଗଳବାର ସୌମ୍ୟଙ୍କୁ ବିଜୁ ଜନତା ଦଳ(ବିଜେଡି)ର ଉପସଭାପତି ପଦରୁ ହଟାଇବା ନେଇ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସୌମ୍ୟଙ୍କ ଉପରେ ବିଜେଡିର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।

ସେ କହିଛନ୍ତି ରାଜ୍ୟର ସ୍ଥିତି ବର୍ତ୍ତମାନ ବିପର୍ଯ୍ୟସ୍ତ। ଏଠାରେ ଗୁମାସ୍ତା ଶାସନ ଚାଲିଛି। ଏକଛତ୍ରବାଦ ଶାସନ ପାଇଁ ଲୋକେ ଭୋଟ୍ ଦେଇ ନ ଥିଲେ। ତଥ୍ୟ ଭିତ୍ତିକ ସମାଲୋଚନା ଲାଗି ସମସ୍ତଙ୍କର ଅଧିକାର ରହିଛି। ବ୍ଲାକମେଲ୍ ଶବ୍ଦ ଯିଏ ବ୍ୟବହାର କରୁଛନ୍ତି, ସେ ଡିକ୍ସନାରୀ ଦେଖନ୍ତୁ। ଦଳରେ କାହାକୁର ରଖିବେ କାହାକୁ କାଢିବେ ତାଙ୍କ ଦଳ ଉପରେ ନିର୍ଭର କରେ।

ସେହିପରି ଗତକାଲି ସୌମ୍ୟଙ୍କୁ ବିଜେଡ଼ି ଉପ-ସଭାପତି ପଦରୁ ହଟାଇବା ପ‌ରେ  ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଥିଲେ, ‘‘ଆଗରୁ କାରଣ ଦର୍ଶାଅ ନୋଟିସ୍ ପଠାଇ କାର୍ଯ୍ୟାନୁଷ୍ଠାନ ହେଉଥିଲା। ମାତ୍ର ଏଥିରେ ବ୍ୟତିକ୍ରମ ଘଟିଛି। ସୌମ୍ୟରଞ୍ଜନଙ୍କ କ୍ଷେତ୍ରରେ ସେପରି ହୋଇନାହିଁ। ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ। ମୋଟାମୋଟି ରାଜ୍ୟର ରାଜନୈତିକ ପରିସ୍ଥିତି ଭଲ ନାହିଁ। ଏମିତି କେତେ ଅଘଟଣା ଆହୁରି ଆଗକୁ ଘଟିବ କହି ହେବ ନାହିଁ ବୋଲି ବିଜୟ ମହାପାତ୍ର କହିଥିଲେ।

ଗତ କିଛି ଦିନ ଧରି ଲଗାତର ଭାବେ ଦଳ ବିରୋଧୀ ମନ୍ତବ୍ୟ ଏବଂ ଖବରକାଗଜରେ ସମ୍ପାଦକୀୟ ଲେଖି ବିବାଦରେ ଥିଲେ ସୌମ୍ୟ। । ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ସାମ୍ନାକୁ ଆସି ତାଗିଦ୍‌ କରିଥିଲେ । ଯଦି କୌଣସି କଥା ଅଛି, ତେବେ ଦଳୀୟ ଫୋରମ୍‌ରେ ଆସି କୁହନ୍ତୁ ବୋଲି କହିଥିଲେ । ଏହା ପରେ ବି ସୌମ୍ୟ ଚୁପ୍‌ ହୋଇନଥିଲେ । ଲଗାତର ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇଚାଲିଥିଲେ । ଶେଷରେ ମଙ୍ଗଳବାର ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆକ୍ସନ ନେଇ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ଉପସଭାପତି ପଦରୁ ହଟାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ