Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଶ୍ରୀକାନ୍ତୁ ସାହୁ ଚକ୍ରାନ୍ତ କରି ମୋତେ ଫସାଉଛି: ସଂଯୁକ୍ତା ମହଲା

ଭୁବନେଶ୍ୱର: ସଂଯୁକ୍ତା ମହଲା ଓ ବିଧାୟକ ଶ୍ରୀକାନ୍ତ ସାହୁ ବିବାଦ ଥମିବାର ନାଁ ଧରୁନି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଲଗାଉଛନ୍ତି। ଏହି ମାମଲାକୁ ନେଇ ନିକଟ ଦିନରେ ରାଜନୀତି ବେଶ ସରଗରମ ହୋଇ ଉଠିଥିଲା। ଏବେ ପୁଣି ଥରେ ଶ୍ରୀକାନ୍ତଙ୍କକାରୀ ବୋଲି ଗଣମାଧ୍ୟମରେ କହିଛନ୍ତି ସଂଯୁକ୍ତା ମହଲା।

ତାଙ୍କ ନାଁରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏତଲା ପରେ ମୁହଁ ଖୋଲିଛନ୍ତି ଖୋସ୍ ସଂଯୁକ୍ତା ମହଲା। ମୋ ବିରୁଦ୍ଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରାଯାଇ ମୋତେ ଫସା ଯାଇଛି। ବିକାଶ ବେହେରା କିଏ ମୁଁ ଜାଣିନି କି ଚିହ୍ନିନି। ଅନେକ ଦିନ ତଳେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଚାଟିଂ କରିଥିଲି। ମୋର କେବଳ ଏତିକି ଭୁଲ୍ ମୁଁ ମୋ ଫୋନ ନମ୍ବର ଦେଇଛି।

ସେ କହିଛନ୍ତି, ସେ ଲୋକ କେବେ ମୋତେ ଫୋନ କରିନି। ବିକାଶ ନାଁରେ ଫେକ୍ ଆକାଉଣ୍ଟ ଖୋଲି ବିଧାୟକ ଶ୍ରୀକାନ୍ତ ସାହୁ ଚକ୍ରାନ୍ତ କରିଛନ୍ତି। ଚକ୍ରାନ୍ତ କରି ମୋତେ ଫସାଇବାକୁ ଚେଷ୍ଟା କରୁଛନ୍ତି ଶ୍ରୀକାନ୍ତ। ମୁଁ ତାଙ୍କ ବିରୁଦ୍ଧରେ ଏତଲା କରିଥିଲି, କିନ୍ତୁ ଏ ଯାଏ ବିଧାୟକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହୋଇନି। ଏହା ଏକ ଅଦ୍ଭୁତ ସରକାର ଓ ଅଦ୍ଭୁତ ଆଇନ ବ୍ୟବସ୍ଥା ବୋଲି ସଂଯୁକ୍ତା ମହଲା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ