Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିରୁ ବହିଷ୍କୃତ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଉ ଜଣେ ବିଧାୟକ ବି ଦଳରୁ ବିଦା

ଭୁବନେଶ୍ଵର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଛି। ନିଜର ସମ୍ବାଦ ପତ୍ର ଜରିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖାକୁ ନେଇ ଆକ୍ରୋଶର ଶିକାର ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ପାର୍ଟିରୁ ବହିଷ୍କାର କରିଛି। ସୌମ୍ୟଙ୍କୁ ବହିଷ୍କାର ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ତାଙ୍କ ସହିତ ରେମୁଣା ବିଧାୟକ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ପାର୍ଟିରୁ ବାହାର କରାଯାଇଛି। ଖୋଦ୍ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦଳରୁ ଦୁଇ ଜଣ ବିଧାୟକଙ୍କୁ ବହିଷ୍କାର କରାଯାଇଛି। ଜଣେ ହେଲେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଏବଂ ଅନ୍ୟ ଜଣେ ହେଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ନିଜର ପ୍ରେସ୍ ରିଲିଜରେ କହିଛି ଯେ, ସମ୍ବାଦ ଲୋନ ସ୍କାମ ପାଇଁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଲୋନ ସ୍କାମ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏ ନେଇ ଅଭିଯୋଗ କରିଛନ୍ତି। ୩୦୦ରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ ଉଠାଯାଇଛି। ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି ଏବଂ ଲୋନ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଜାଲିଆତି ବୋଲି ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ୫ଟି ସଚିବଙ୍କ ରାଜ୍ୟ ସାରା ଗସ୍ତ କରି ଜନଶୁଣାଣି କାର୍ଯ୍ୟକ୍ରମକୁ ନିଜର ଖବର କାଗଜ ଜରିଆରେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଥିଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଆମଘରର ହାଲଚାଲର ଆଲେଖ୍ୟ ଜରିଆରେ କଟୁ ସମାଲୋଚନା କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା। ବିଜେଡିର ଅନେକ ନେତା ସୌମ୍ୟଙ୍କୁ ତିରସ୍କାର କରିବା ସହ ସେ ଜଣେ ସୁବିଧାବାଦୀ ନେତା ବୋଲି କହିଥିଲେ। ଏପରିକି ବିଜେଡି ବିଧାୟକ ଏବଂ ସୌମ୍ୟଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା।

ଏହା ପରେ ସମ୍ବାଦ ବିରୋଧରେ ଲୋନ ଜାଲିଆତି ଖବର ସାମ୍ନାକୁ ଆସିଥିଲା। ନିଜର କର୍ମଚାରୀଙ୍କ ଉପରେ ଚାପ ପକାଇ ବ୍ୟାଙ୍କରୁ ଲୋନ ଉଠାଇଥିବା ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବୈଜୟନ୍ତୀ କରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଉଠିଥିଲା। ଜଣେ ପୂର୍ବନ କର୍ମଚାରୀଙ୍କ ଅଭିଯୋଗକୁ ଆଧାର କରି ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲୁ) ସମ୍ବାଦ ଭବନରେ ଚଢାଉ କରି କାଗଜପତ୍ର ଜବତ କରିଥିଲେ। ସମ୍ବାଦର ସିଓଓ ଓ ମାନବ ସମ୍ବଳ ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଜେରା କରିଥିଲେ। ସମ୍ବାଦ କାର୍ଯ୍ୟାଳୟରେ ଇଓଡବ୍ଲୁ ଚଢାଉ ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ