Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବି କଲା ଏଚ୍‌‍ଏମ୍‌‍ଏସ୍‌‍

ପାରଳାଖେମୁଣ୍ଡି:୧୯/୧୦(ଗରୁଡ ଧ୍ଵଜ ଚୌଧୁରୀ) ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ୱ ଯୋଗୁଁ ମୃତକ ପରିବାର ସଦସ୍ୟମାନେ ଗତ ୧୭ ତାରିଖରୁ ପୁଣି ଆଇଆରଇଏଲ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେ , ପୂର୍ବରୁ ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ପୂର୍ବକ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା । କିନ୍ତୁ ୨୦୧୨ ମସିହାରୁ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଇତିମଧ୍ୟମରେ ମୃତ୍ୟୁ ବରଣ କରିଥିବା ପ୍ରାୟ ୪୦ ଜଣ କର୍ମଚାରୀଙ୍କ ପରିବାରକୁ ଥଇଥାନ କରାଯାଇନାହିଁ । ଦୁର୍ଭାଗ୍ୟର ବିଷୟ ତିନିଦିନ ଧରି ଧାରଣା ଚାଲୁ ରହିଥିଲେ ମଧ୍ୟ ଆରଇଆରଇଏଲ କର୍ତ୍ତୁପକ୍ଷ କିମ୍ୱା ଜିଲା ପ୍ରଶାସନ ଧାରଣାରତ ସଦସ୍ୟଙ୍କ ସହ ଆଲୋଚନା କରିନଥିବା ଉଦବେଗର ବିଷୟ ହୋଇଅଛି ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାବିରେ ଆଇଆରଇଏଲ ଅଧ୍ୟକ୍ଷ ଓ ସ୍ଥାନୀୟ ଅଧିକାରୀଙ୍କୁ ହିନ୍ଦ୍‌‍ ମଜଦୁର ସଭା (ଏଚ୍‌‍ଏମଏସ ) ରାଜ୍ୟ ଉପସଭାପତି ରବି ରଥ ଅବଗତ କରାଇବା ସହିତ ଆନ୍ଦୋଳନକୁ ହିନ୍ଦ୍‌‍ ମଜଦୁର ସଭା ପକ୍ଷରୁ ସମର୍ଥନ କରାଯାଇଛି ।