Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ରେ ଝାରସୁଗୁଡା ଉପ-ନିର୍ବାଚନ

ଭୁବନେଶ୍ୱର: ଆଜି ବହୁଚର୍ଚ୍ଚିତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଦୁଇ ମାସ ପୂରିଛି। ଅନ୍ୟପଟେ ଆଜି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତା ମେ ୧୦ରେ ଅନୁଷ୍ଠିତ ହେବ ନିର୍ବାଚନ। ନିର୍ବାଚନର ତିନି ଦିନ ପରେ ଅର୍ଥାତ୍‌ ମେ ୧୩ରେ ନିର୍ବାଚନ ଫଳ ପ୍ରକାଶ ପାଇବ। ଏ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଘୋଷଣା କରିଛନ୍ତି।

ଗତ ଜାନୁୟାରୀ ୨୯ ରେ ପଶ୍ଚିମ ଓଡିଶାର ବ୍ରଜରାଜନଗରରେ ଅନୁଷ୍ଠିତ ଏକ ସଭାରେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଥିଲା। ଏହି ମାମଲାର ମୁଖ୍ୟ ଆରୋପୀ ଥିଲେ ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଗୋପାଳ ଦାସ।

ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି ଦାସ ଏଥର ନିର୍ବାଚନ ଲଢିବେ କି ନାହିଁ ସେ ନେଇ ଏ ଯାଏ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିନ୍ତୁ ସେ ରାଜନୈତିକ ପ୍ରସଙ୍ଗକୁ ନେଇ ବେଶ୍‌ ସକ୍ରିୟ ରହୁଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ