Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଆଜ ଦର ଉପରେ ଲାଗିବ ଲଗାମ ! ସରକାର ରପ୍ତାନୀ ଶୁଳ୍କ ବଢାଇବା ସହ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବଜାରରେ ଆକାଶଛୁଆଁ ହୋଇଛି ପିଆଜ ଦର। କିଛି ସପ୍ତାହରେ ପିଆଜ ଦାମ ଦୁଇ ଗୁଣ ବଢି ଯାଇଛି। ଦିଲ୍ଲୀ ସମେତ ଦେଶର ଅନେକ ସହରରେ ପିଆଜ ଦାମ ୮୦ ପହଞ୍ଚିଥିବା ବେଳେ ଭୁବନେଶ୍ଵରରେ କେଉଁଠି ୬୦ ତ କେଉଁଠି ୬୫ ଟଙ୍କାରେ ପିଆଜ ବିକ୍ରି ହେଉଛି। ଗୋଟିଏ ସପ୍ତାହରେ ପିଆଜ ଦାମ ୧୫ରୁ ୨୦ ଟଙ୍କା ମହଙ୍ଗା ହୋଇଛି। ଏମିତି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ପିଆଜ ଦାମ ଶତକ ଛୁଇଁ ପାରେ।

କିଛି ମାସ ପୂର୍ବେ ଟମାଟର କିଲୋ ୨୦୦ ଟଙ୍କା ପହଞ୍ଚିଥିଲା। ଏବେ ଏହି ପରି ଭାବେ ପିଆଜ ଦାମ ବଢିବାରେ ଲାଗିଛି। ଏହା ସାଧାରଣ ଲୋକଙ୍କ ରୋଷେଇ ଶାଳ ବଜେଟକୁ ବିଗାଡିପାରେ। ତେବେ ସରକାର ସାଧାରଣ ଜନତାଙ୍କୁ ପିଆଜ ଦାମରୁ ଆଶ୍ଵସ୍ତି ଦେବା ପାଇଁ ଦରକୁ ନିୟନ୍ତ୍ରଣରେ ରଖିବାକୁ ପ୍ରସ୍ତୁତି କରିଛନ୍ତି।

ସରକାର ବଫର ଷ୍ଟୋକ ପିଆଜକୁ ଲୋକଙ୍କ ପାଇଁ ୨୫ ଟଙ୍କାରେ ବିକ୍ରି କରିବାକୁ ଆଦେଶ ଦେଇଛନ୍ତି। ସରକାର ପିଆଜ ଦାମ ଉପରେ ଲଗାମ ଲଗାଇବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ଡିଜେଏଫଟି ପିଆଜର ରପ୍ତାନୀ ଶୁଳ୍କ ଟନ ପିଛା ୮୦୦ ଡଲାର କରିବାକୁ ଘୋଷଣା କରିଛି। ଏହାର ଅର୍ଥ ଭାରତରୁ ବାହାର ଦେଶ ପାଇଁ ପିଆଜ କିଲୋ ପିଛା ୬୭ ଟଙ୍କା ରହିବ। ସରକାରଙ୍କ ଏହି ନିଷ୍ପତ୍ତିରେ ଦେଶରୁ ପିଆଜ ରପ୍ତାନୀ ହ୍ରାସ ପାଇବ ଏବଂ ଘରୋଇ ବଜାରକୁ ଅଧିକ ପିଆଜ ଆସି ପାରିବ। ଏଥିରେ ପିଆଜ ଦର ମଧ୍ୟ ନିୟନ୍ତ୍ରଣରେ ରହିବ।

ସରକାର ଟମାଟରର ବଢୁଥିବା ଦାମ ମଝିରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ପିଆଜର ବଫର ଷ୍ଟକ୍ କରିଥିଲେ। ଏହି ଆଧାରରେ ଅନେକ ରାଜ୍ୟରେ ପିଆଜର ବଫର ଷ୍ଟକ କରାଯାଇଥିଲା। ଏବେ ଏହି ଷ୍ଟକକୁ ସରକାର କାଢୁଛନ୍ତି ଓ ବଜାରରେ କେମିତି ପିଆଜ ଦର ଶସ୍ତା ରହିବ ସେ ନେଇ ଉଦ୍ୟମ ଚଳାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ