Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲଙ୍କୁ ମିଳିଲା ଜାମିନ; ୧୩ରେ ପରବର୍ତ୍ତୀ ଶୁଣାଣି

ସୁରଟ: ରାହୁଲଙ୍କୁ ଗାନ୍ଧିଙ୍କୁ ଆଶ୍ବସ୍ତି। ମାନହାନି ମାମଲାରେ ରାହୁଲଙ୍କ ଜାମିନ ଅବଧିକୁ ୧୩ ତାରିଖରେ ଯାଏ ବୃଦ୍ଧି କରିଛନ୍ତି ଉପରକୋର୍ଟ। ତଳ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଆଜି ଉପରକୋର୍ଟରେ ଆବେଦନ କରିଥିଲେ ରାହୁଲ। ଏହି ମାମଲାର ରାୟ ଦେଇଛନ୍ତି ସେସନ୍ସ କୋର୍ଟ। ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଆଗାମୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ।

୨୦୧୯ରେ ଏକ ନିର୍ବାଚନୀ ସଭାରେ ‘ମୋଦୀ ସରନେମ୍‌’କୁ ନେଇ ରାହୁଲ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ରାହୁଲଙ୍କ ବୟାନକୁ ବିରୋଧ କରିଥିଲେ ବିରୋଧୀ। ଏହାକୁ ନେଇ ବିଜେପି ନେତା ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ବିଚାର କରି ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ ଥିଲେ। କେବଳ ସେତିକି ନୁହେଁ ରାହୁଲ ତାଙ୍କ ସାଂସଦ ପଦ ହରାଇଥିଲେ। ଏହାସହିତ ରାହୁଲଙ୍କୁ ତାଙ୍କ ବାସଭବନ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ