Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦାନୀ ଗ୍ରୁପ୍‌ରେ ଲାଗିଥିବା ୨୦ ହଜାର କୋଟିକୁ ନେଇ ବିଜେପିକୁ ଘେରିଲେ ରାହୁଲ

ନୂଆଦିଲ୍ଲୀ: ବିଜେପିକୁ ରାହୁଲ ଗାନ୍ଧୀଙ୍କ ତେର୍‌ଚ୍ଛାବାଣ। ଗତକାଲି ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି। କୋର୍ଟଙ୍କ ପକ୍ଷରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ପୁଣି ଥରେ ବିଜେପିକୁ ପ୍ରଶ୍ନ ବାଣରେ ଘେରିଛନ୍ତି ରାହୁଲ। ଆଦାନୀ କମ୍ପାନୀଗୁଡିକରେ ଲଗା ହୋଇଥିବା ଟଙ୍କା କାରବାର ଉପରେ ବିଜେପିକୁ ପ୍ରଶ୍ନ କରିଛନ୍ତି ରାହୁଲ। ସେ ଖୋଲାଖୋଲି ଭାବେ ପଚାରିଛନ୍ତି ଯେ ଆଦାନୀଙ୍କ ସେଲ କମ୍ପାନୀରେ ଲାଗିଥିବା ୨୦ ହଜାର କୋଟି ଟଙ୍କା କାହାର?

କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ପାଇଁ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ସେ ନ୍ୟାୟପାଳିକା ଉପରେ ଚାପ ପକାଉଥିବା ବିଜେପିର ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ମୋର ଏକମାତ୍ର ପ୍ରଶ୍ନ ହେଉଛି ଆଦାନୀ ସେଲ କମ୍ପାନୀରେ ୨୦ ହଜାର କୋଟି ଟଙ୍କା କାହାର ଅଛି। ବିଜେପି ଏହାର ଉତ୍ତର ଦେବା ଉଚିତ ଏବଂ ଏହି ଟଙ୍କା କାହାର ସ୍ପଷ୍ଟ କରିବା ଉଚିତ୍‌।

ଗତକାଲି ଏକ ମାନହାନି ମାମଲାରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ସେ କହିଛନ୍ତି ଯେ ଏହି ସଂଗ୍ରାମରେ ସତ୍ୟ ହେଉଛି ତାଙ୍କର ଅସ୍ତ୍ର। ରାହୁଲ ଏକ ଟୁଇଟ୍‌ରେ ଲେଖିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବାର ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ହେଉଛି ମୋର ଆଶ୍ରୟ।

ଉଲ୍ଲେଖ ଥାଉ କି, ‘ମୋଦୀ ସାଙ୍ଗିଆ’ ପ୍ରସଙ୍ଗରେ ୨୦୧୯ରେ ବିବାଦୀୟ ମନ୍ତବ୍ୟ ପାଇଁ ନିମ୍ନ ଅଦାଲତ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ଚାଲେଞ୍ଜ କରି ଉପରକୋର୍ଟରେ ଆବେଦନ କରିଥିଲେ ରାହୁଲ। ସୁରଟ ସେସନ୍ସ କୋର୍ଟ ଏହି ମାମଲାରେ ତାଙ୍କ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ