Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବିଭିନ୍ନ ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ପାରଳାଖେମୁଣ୍ଡି:୧୧/୧୨(ଗରୁଡ ଧ୍ଵଜ ଚୌଧୁରୀ)
ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଂଚାୟତ ଆଜୟଗଡ, ତିବିସିଂ, ତାଲିମ୍ବା, ଲୁହାରା ଏବଂ ବାରୁସିଂ ଇତ୍ୟାଦି ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାନଙ୍କରେ ସମ୍ମାନୀୟ ଅତିଥି ଭାବେ ଇଞ୍ଜିନିୟର ରୁପେଶ ପାଣଗ୍ରାହୀ ଯୋଗଦାନ କରି ନବୀନ ବାବୁଙ୍କ କାର୍ଯ୍ୟକ୍ରମ ଏବଂ ବାର୍ତ୍ତା ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ। ଇଞ୍ଜିନିୟର ରୁପେଶ ପାଣଗ୍ରାହୀଙ୍କୁ ସମସ୍ତ ଗ୍ରାମରେ ଗ୍ରାମବାସୀ ଅଦ୍ଭୁତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତିବିସିଂ ଗ୍ରାମ କମ୍ୟୁନିଟି ହଲ ପାଇଁ ଚାରି ଲକ୍ଷ, ତାଲିମ୍ବା ଗ୍ରାମରେ ଗୋଷ୍ଠୀ ଶୌଚାଳୟ ପାଇଁ ଦୁଇ ଲକ୍ଷ ଏବଂ ଅଜୟଗଡ, ଲୁହାରା ଏବଂ ବାରୁସିଂ ଗ୍ରାମରେ କମ୍ୟୁନିଟି ହଲ ପାଇଁ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ଵାରା ମଞ୍ଜୁର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଗୁଡିକ ରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ ପାଳ,ଏସ ଡି ସି ସଦସ୍ୟ ଜେମସ ରାଇକା, ବୁଲୁ ରଇତ, ମସୁଲାନ ରଇତ, ଅଜୟଗଡ ସମିତି ସଭ୍ୟ ରିବିକା ଗମାଙ୍ଗ, ବିଜେଡି ଗୁମ୍ମା ବ୍ଲକ ଯୁବ ସଭାପତି ନିରୋଜ କୁମାର ଷଡ଼ଙ୍ଗୀ, ଦିପୁ ପଟନାୟକ, ପ୍ରବୀଣ ଲିମ୍ମା, ଲୁଲୁ ଲିମ୍ମା, ମନୁଏଲ୍ ମାଛ ଏବଂ ସ୍ଥାନୀୟ ପଂଚାୟତ ର ୱାର୍ଡ ମେମ୍ବର ଗଣ ତଥା ଗ୍ରାମବାସୀ ଗଣ ଯୋଗ ଦେଇଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ଵାରା ସହାୟତା ରାଶି ମଞ୍ଜୁର କରାଯାଇ ଥିବାରୁ ସମସ୍ତ ଗ୍ରାମବାସୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।