Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଧର୍ମଗଡ଼,ତା୫/୪(ନି.ପ୍ର)-ଆବଶ୍ଯକ ଫି ଦାଖଲ ଓ ଫର୍ମ ଫିଲଅପ ସତ୍ତ୍ବେ ମଧ୍ୟ ଜଣେ ଛାତ୍ରୀ ଥାର୍ଡ ସେମିଷ୍ଟର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ବୁଧବାର ଏନେଇ ଛାତ୍ରୀ ଜଣକ ନିଜ ଅଭିଭାବକଙ୍କ ସ଼ହ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। କଲେଜ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ତରାପୁର ଗ୍ରାମର ଝସ୍ଵତୀ ବିଶି ନାମ୍ନୀ ଜନୈକା ଛାତ୍ରୀ ଧର୍ମଗଡ଼ ସ୍ଥିତ ମହିଳା ବିଦ୍ୟାଳୟରେ ଯୁକ୍ତ ତିନି ଦ୍ଵିତୀୟ ପଢନ୍ତି । ସେ ପ୍ରଥମ ଓ ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଦେଇଥିବା ବେଳେ ଗତ ୨୫/୨ରେ ଜନୈକା ଛାତ୍ରୀ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ତୃତୀୟ ସେମିଷ୍ଟର ପରୀକ୍ଷା ଦେବାପାଇଁ ଆବଶ୍ୟକ ଫିଜ ଦାଖଲ କରିଥିଲେ। ପରୀକ୍ଷା ଫି ସହ ରିଆଡମିଶନ ବାବଦକୁ କଲେଜ ତାଙ୍କ ଠାରୁ ୪୭୦୦ଟଙ୍କା ନେଇଥିଲା ।ଗତ ୩/୪ରିଖ ଠାରୁ ଥାର୍ଡ ସେମିଷ୍ଟର ପରୀକ୍ଷା ଚାଲୁଥିବାରୁ ଛାତ୍ରୀ ଜଣକ ପରୀକ୍ଷା ଦେବାକୁ କଲେଜ ଯାଇଥିଲେ। ହେଲେ ତାଙ୍କର ଫର୍ମ ଫିଲଅପ ହୋଇନାହିଁ ଏବଂ ସେ ପରୀକ୍ଷାରେ ବସି ପାରିବେ ନାହିଁ ବୋଲି କଲେଜ କତ୍ତୃପକ୍ଷ ମନା କରିଦେଲେ। ଆବଶ୍ୟକ ଫି ଦାଖଲ ସତ୍ତ୍ବେ ତାଙ୍କୁ କାହିଁକି ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଗଲା ନାହିଁ ସେ ନେଇ ସେ କଲେଜ କତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ତେବେ ଭୂଲ ବଶତଃ ତାଙ୍କ ଫର୍ମ ପୂରଣ କରାଯାଇନାହିଁ ଏବଂ ଏକକାଳୀନ ସେ ଆର ବର୍ଷକୁ ସବୁ ପରୀକ୍ଷା ଦେବା ସୁଯୋଗ ପାଇବେ ବୋଲି କୁଆଡେ଼ କଲେଜ କତ୍ତୃପକ୍ଷ କହିଥିଲେ। କିନ୍ତୁ ପରୀକ୍ଷା ଦେବାରୁ ବଞ୍ଚିତ ହେବା ପରେ ଛାତ୍ରୀ ଜଣକ ନିଜ ଅଭିଭାବକଙ୍କୁ ଅବଗତ କରାଇବା ପରେ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦଙ୍କୁ ପଚାରିବାରୁ ଛାତ୍ରୀ ଜଣକ ଫି ଦେଇଥିବାବେଳେ ରେଜିଷ୍ଟ୍ରାରରେ ଦସ୍ତଖତ ନଥିବାରୁ ଭୂଲବୁଝାମଣା ହେଲା ଏବଂ ତାଙ୍କ ଫର୍ମ ୟୁନିଭରସିଟିକୁ ପଠାଗଲା ନାହିଁ ବୋଲି କହିଥିଲେ।