ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ।
କଳାହାଣ୍ଡି,୨୮/୧୧
କୋକସରା ବ୍ଲକ ଆମପାଣି ସ୍ଥିତ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ମେଳା ଶନିବାର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ ଙ୍କ ତତ୍ୱାବଧାନ ରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଆମପାଣି ପି ଏଚ ସି ଡାକ୍ତର ଧନେଶ୍ୱର ଟୁଡୁ, ଉଛୁଳା ପି ଏଚ ସି ଡାକ୍ତର ଅଜିତ କୁମାର ପୂର୍ତ୍ତି, ଆମପାଣି ସିଆରସିସି କେଦାର ନାଏକ,ବରାଡୋଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ବିଜ୍ଞାନ ମେଳା ରେ ଉପସ୍ଥିତ ରହି ପ୍ରକଳ୍ପ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କୁ ଛାତ୍ର ଜୀବନ ରେ ଜଣେ ଜଣେ ଯୁବ ବୈଜ୍ଞାନିକ ହେବାକୁ ଉତ୍ସାହିତ କରିଥିଲେ।ମୋଟ ୧୬ ଗୋଟି ପ୍ରକଳ୍ପ ଏହି ମେଳା ରେ ସ୍ଥାନିତ ହୋଇଥିଲା। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ ଭାଗ୍ୟବାନ ବାଗ, ଲିଜୟାନନ୍ଦ ସାହୁ, ସୁରଜ ତାଣ୍ଡି, ଦୟା ନାଏକ, ଚୂଡ଼ାମଣି ମହାନନ୍ଦ,।ଲୋକନାଥ ସାହୁ, ପ୍ରଶାନ୍ତ ପଣ୍ଡା, ବିଶ୍ବମ୍ବର ଧଙ୍ଗଡା ମାଝୀ,ରଜତ କୁମାର ଶତପଥୀ,ଲୋକନାଥ ରାଉତ, ଶିକ୍ଷୟିତ୍ରୀ ନମିତାରାଣୀ ବାଗ, ଜଗତଜିତା ନାଏକ, ମୋନାଲିଶା ଝାଙ୍କର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

