Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୀଷ ସିସୋଦିଆଙ୍କୁ ମିଳିବ କି ବେଲ୍‌?; ଆଜି ଶୁଣାଣି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଜାଲରେ ଛନ୍ଦି ହୋଇଯାଇଛନ୍ତି ମନୀଷ। ତେବେ ଆଜି ମନୀଷଙ୍କୁ ଜେଲରୁ ମିଳିବ କି ମୁକ୍ତି?

ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମନୀଷ ସିସୋଦିଆ। ଆଜି ଏହି ମାମଲାର ଶୁଣାଣି ହେବା ନେଇ କୋର୍ଟ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏ ନେଇ ଦୁଇ ତଦନ୍ତକାରୀ ସଂସ୍ଥା ଦାବି କରିଥିବା ବେଳେ ସେ ପ୍ରାୟ ୧୦୦ କୋଟି ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗ ହୋଇଛି।

ଗତ ୩୧ ତାରିଖରେ ମନିଷଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଗତକାଲି ମନୀଷଙ୍କୁ ଆଉ ୧୨ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ କୋର୍ଟ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ