Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମାକ୍ଷାନଗର ଟାସିର ମାଝି ସାହିର ବିବାଦ ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଟାସିର ମାଝି ସାହିର ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ଉଭୟ ପକ୍ଷକୁ ନେଇ ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଗାଁରେ ଗୋଟିଏ ଗୋଷ୍ଠି ଙ୍କ ନାଁରେ ଗୋଟିଏ ପରିବାର ପକ୍ଷରୁ ବିଭିନ୍ନ ଅଭିଯୋଗ ପ୍ରଶାସନ ଠାରେ ହୋଇ ଆସୁଥିଲା ଯାହାକୁ ନେଇ ଆଜି ଉଭୟ ପକ୍ଷକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।ବିଶେଷ କରି ଜମିଜମା ଓ ହାଣ୍ଡିଆ କୁ ନେଇ ବିବାଦ ହୋଇଥିବା ବେଳେ ଏହା ଆଗକୁ ଏଭଳିଆ ହେବନାହିଁ ବୋଲି ଆଲୋଚନା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ