Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ସିରିଜ୍ ଚୋରି। ମନ୍ଦିର କୁ ମଧ୍ୟ ଛାଡ଼ିଲେ ନାହିଁ ଚୋର।

ଦିନ କୁ ଦିନ ଚୋରମାନଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଏପରିକି ପ୍ରତ୍ୟକ ମନ୍ଦିରକୁ ଲୁଟ କରିବା ପାଇଁ ସେମାନେ ଟାର୍ଗେଟ ରଖିଛନ୍ତି। ଚୋର ମାନେ ରେଙ୍ଗାଲି ପୋଲିସ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି। ସୂଚନାଯୋଗ୍ୟ ରେଙ୍ଗାଲି ରେଳ ଷ୍ଟେଶନ ନିକଟରେ ଥିବା ଦୁର୍ଗା ମନ୍ଦିର ଓ ତା ପାଖରେ ଥିବା ଏକ ପାନ ଦୋକାନ ରୁ ଚୋରି ହୋଇଛି। ମଙ୍ଗଳବାର ଦିନ ବିଲମ୍ୱିତ ରାତିରେ ଚୋର ମାନେ ଦୁର୍ଗା ମନ୍ଦିର କୁ ପଶି ତିନୋଟି ଦାନ ବାକ୍ସ ଭାଙ୍ଗି ସେଥିରେ ଭକ୍ତ ମନେ ଦାନ କରୁଥିବା ଟଙ୍କା, ଦୁର୍ଗା ମା ଙ୍କ ସୁନା ନଥ, କାନ ପୁଲ, ପାଖରେ ଥିବା ଅନ୍ୟ ଏକ କୋଠରୀ ରେ ଥିବା ଆଲମାରୀ ରୁ ଶାଢ଼ୀ, ଚୋରି କରି ନେଇ ଜାଇଥିବର୍ ଜଣାପଡିଛି। ଆଜି ସକାଳେ ମନ୍ଦିର ପୂଜାରୀ ପୂଜା ପାଇଁ ମନ୍ଦିର ଖୋଲିବାକୁ ଆସିବା ବେଳେ ମନ୍ଦିର ତାଲା ଭଙ୍ଗା ଯାଇଥିବାର ଦେଖିଥିଲେ। ପରେ ରେଙ୍ଗାଲି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ସାଇଣ୍ଟିଫିକ୍ ଦଳ ଓ ସନ୍ଧନୀ କୁକୁର ଆସି ତଦନ୍ତ କରିଥିଲେ। ଦୁର୍ଗା ମନ୍ଦିର ପାଖରେ ଥିବା ଏକ ପାନ ଦୋକାନ ର ମଧ୍ୟ ତାଲା ଭଙ୍ଗା ହୋଇ ପାଖରେ ପଡ଼ିଥିଲା। କିନ୍ତୁ ଭାଗ୍ୟ ବସତ୍ କିଛି ଚୋରି ହୋଇନଥିଲା। ରେଙ୍ଗାଲି ରେ ଦିନକୁ ଦିନ ଚୋରି ବୃଦ୍ଧି ପାଇଛି। ଚୋର ମାନେ ପୋଲିସ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି। ପ୍ରତିଦିନ ରେଙ୍ଗାଲି ଥାନ ଅଞ୍ଚଳରେ ଛୋଟ ବଡ ଚୋରି ଘଟଣା ଘଟୁଛି। କିଛି ଦିନ ତଳେ ରେଙ୍ଗାଲି ଥାନ ପାଖରେ ଥିବା ବିନାୟକ ପେଟ୍ରୋଲ ପମ୍ପ ପାଖରେ ଛିଡା ହୋଇଥିବା ଏକ ଟ୍ରକ ରୁ ପ୍ରାୟ 300ଲିଟର ଡିଜେଲ ଚୋରି ହୋଇଥିଲା। ପୋଲିସ ପେଟ୍ରୋଲିଂ କୁ କଡ଼ାକଡ଼ି କରାଯାଉ ଓ ଚୋର କୁ ଶୀଘ୍ର ଧରଜାଉ ବୋଲି ରେଙ୍ଗାଲି ଜନସାଧାରଣ ଦାବି କରିଛନ୍ତି।