Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଝାରସୁଗୁଡା ଉନିର୍ପବାଚନ; ପ୍ରଚାର ପ୍ରସାର ଆରମ୍ଭ କଲାଣି ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡା ଉନିର୍ପବାଚନ ଲାଗି ଅଣ୍ଟା ଭିଡିଲେଣି ଦଳ। ପ୍ରଥମ ଦଳ ଭାବେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀ ଚୟନ କରିସାରିଛି। କିନ୍ତୁ ବିଜେପି ନିଜ ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବରେ ଥିବା ଜଣାପଡ଼ିଛି। ଅନ୍ୟପଟେ ଉପନିର୍ବାଚନ ଲାଗି ବିଜୁ ଜନତା ଦଳ ଆରମ୍ଭ କଲାଣି ପ୍ରଚାରପ୍ରସାର। ବ୍ଲକସ୍ତରରେ କର୍ମୀ ସମ୍ମିଳନୀ କରି ପ୍ରଚାର ପ୍ରସାର କରୁଛି ବିଜେଡି। ମଙ୍ଗଳବାର ଆୟୋଜିତ ଏକ ସଭାରେ ବିଜେଡିର ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ପ୍ରାର୍ଥୀନି ଦୀପାଳି ଦାସ, ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।