Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ ଲାଗି ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଲାଗି ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ। ଆଜିଠୁ ବିଦ୍ଧିବଦ୍ଧ ଭାବେ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନପତ୍ର ଦାଖଲ। 

ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରସ୍ତୁତି ଆରମ୍ଭ କଲେଣି।। ନିଜ ନିଜର ପ୍ରାର୍ଥୀ ବାଛିସାରିଲେଣି ତିନି ପ୍ରମୁଖ ଦଳ। ବିଜେଡିର ଦୀପାଳି ଦାସ ନାମାଙ୍କନ ଭରିବେ। ସେହିପରି କଂଗ୍ରେସର ତରୁଣ ପାଣ୍ଡେ ୧୫ରେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ। ଗତକାଲି ସବୁଠୁ ଶେଷରେ ବିଜେପି ତାର ପ୍ରାର୍ଥୀ ଚୟନ କରିଛି। ଟଙ୍କଧର ତ୍ରୀପାଠି ବିରୋଧୀ ଦଳ ବିପକ୍ଷରେ ନିର୍ବାଚନ ଲଢିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ