Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ନିର୍ବାଚନ ମଣ୍ଡଳୀ, ତିନି ପ୍ରମୁଖ ଦଳ ବିଧାୟକ ପ୍ରାର୍ଥୀ ଙ୍କ ନାଁ ଘୋଷଣା ପରେ ଚଳ ଚଞ୍ଚଳ ରାଜନୀତି।

କୋକସରା:୦୨/୦୪
କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ର ପ୍ରାର୍ଥୀ ଙ୍କ ନାଁ ଘୋଷଣା କରାଯାଇଛି। କିଛିଦିନ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ନାମ ଘୋଷଣା ହୋଇ ସାରିଥିବା ବେଳେ ମଙ୍ଗଳବାର ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି । ଏହି କ୍ରମ ରେ ଭାରତୀୟ ଜନତା ଦଳ ପକ୍ଷରୁ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ ଓ କଂଗ୍ରେସ ଦଳ ପକ୍ଷରୁ ରଶ୍ମିରେଖା ରାଉତ ଙ୍କ ନାମ ଘୋଷଣା କରାଯାଇଛି।ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଙ୍କ ନାମ ଘୋଷଣା ପରେ ଚଳ ଚଞ୍ଚଳ ହୋଇ ପଡିଛି ଦଳୀୟ ଶିବିର ଓ କର୍ମକର୍ତ୍ତା, ତେବେ ଯେଉଁ ମାନେ ଟିକେଟ ଦୌଡ଼ ରେ ଆଶାୟୀ ରହି ଥିଲେ ସେମାନଙ୍କ ମଧ୍ୟରେ ନିରୁତ୍ସାହିତ ହୋଇଛନ୍ତି। ବିଜେଡି ପକ୍ଷରୁ।ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଟିକେଟ ମିଳିଥିବା ବେଳେ ସେ ବିଜେଡି ଦଳ ର ଜଣେ ବରିଷ୍ଠ ଓ କର୍ମଠ କର୍ମକର୍ତ୍ତା ରହି ବିଜେଡି ଦଳ କୁ କଳାହାଣ୍ଡି ରେ ତୃଣମୂଳ ସ୍ତର ରେ ସଙ୍ଘଠନ କରିବାରେ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ପୂର୍ବରୁ ଧର୍ମଗଡ ବିଧାୟକ ରହି ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ରେ ମନ୍ତ୍ରୀ ରହି ଜିଲ୍ଲା ରେ ବିଜେଡି ର ସଙ୍ଘଠନ କୁ ମଜବୁତ କରିଛନ୍ତି।ବିଜେପି ରୁ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଟିକେଟ ମିଳିଥିବା ବେଳେ ସେ ଧର୍ମଗଡ ବିଧାନସଭା ମଣ୍ଡଳୀ ରେ ବିଜେପି ର ଦଲୀୟ କାର୍ଯ୍ୟକ୍ରମ ଓ ଜନ ହିତକର ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଅନବରତ ଚେଷ୍ଟା କରିଛନ୍ତି ଓ ଯାହାରି ଫଳରେ ଦଳ ତାଙ୍କ ପ୍ରତି ଆସ୍ଥାଭାଜନ ପ୍ରକଟ କରି ଟିକେଟ ଦେଇଛି। ସେହିପରି ନିକଟରେ କଂଗ୍ରେସ ଦଳ ରେ ଯୋଗ ଦେଇଥିବା ଯାଦବ ସମାଜ ର ଜିଲ୍ଲା ସଭାନେତ୍ରୀ ରଶ୍ମିରେଖା ରାଉତ ଙ୍କୁ ଓବିସି କାର୍ଡ ଖେଳିବାକୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଦିଆଯାଇଛି ବୋଳି ଚର୍ଚ୍ଚା ହେଉଛି, କାରଣ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଯାଦବ ସମାଜ ର ପତିଆରା ରହିଛି,ଭୋଟ ରାଜନୀତି ରେ ଯାଦବ ସମ୍ପ୍ରଦାୟର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ଯାଦବ ଙ୍କ ଭୋଟ କୁ ଚେକ ମେଟ କରିବାକୁ ମହିଳା କାର୍ଡ ଖେଳିଛି କଂଗ୍ରେସ ବୋଳି ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ବିଜେଡି, ବିଜେପି, କଂଗ୍ରେସ ପ୍ରାର୍ଥୀ ଙ୍କ ନାଁ ଘୋଷଣା ପରେ ଦଲୀୟ ଶିବର ଚଳ ଚଞ୍ଚଳ ହୋଇ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ