Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମ୍ୟାଚ୍ ଫିନିଶ କରିବାରେ ଧୋନୀ ଏବଂ କାର୍ତ୍ତିକଙ୍କୁ ପଛରେ ପକାଇଲେ ତେଓ୍ଵତିଆ, କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୩ର ୧୮ତମ ମୁକାବିଲା ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି। ଏହି ରୋମାଞ୍ଚକର ମୁକାବିଲାରେ ରାହୁଲ ତେଓ୍ଵତିଆ ଚୌକା ମାରି ଗୁଜରାଟ ଟାଇଟନ୍ସକୁ ବିଜୟୀ କରାଇଛନ୍ତି। ଏଥିସହ ତେଓ୍ଵତିଆ ସର୍ବାଧିକ ଥର ଅପରାଜିତ ରହି ଦଳକୁ ବିଜୟୀ କରାଇବାରେ ମହେନ୍ଦ୍ର ସିଂହ ଧୋନୀ, ଦିନେଶ କାର୍ତ୍ତିକ ଏବଂ ରାହୁଲ ତ୍ରିପାଠୀଙ୍କୁ ପଛରେ ପକାଇଛନ୍ତି।

ଆଇପିଏଲ ୨୦୨୦ ପରଠୁ ଅଦ୍ୟାବଧି ସର୍ବାଧିକ ଥର ନଟଆଉଟ୍ ରହି ସଫଳତାପୂର୍ବକ ବିଜୟ ଲକ୍ଷ୍ୟ ପିଛା କରିବାରେ ଭାରତୀୟଙ୍କ ତାଲିକାରେ ରାହୁଲ ତେଓ୍ଵତିଆ ଶୀର୍ଷରେ ପହଞ୍ଚିଛନ୍ତି। ତେଓ୍ଵତିଆ ଏଥିରେ ମହେନ୍ଦ୍ର ସିଂ ଧୋନୀ, ଦିନେଶ କାର୍ତ୍ତିକ ଏବଂ ରାହୁଲ ତ୍ରିପାଠୀଙ୍କୁ ପଛରେ ପକାଇଛନ୍ତି। ତିନି ଖେଳାଳି ୨୦୨୦ଠୁ ନେଇ ଏ ପର୍ଯ୍ୟନ୍ତ ଛଅ ଥର ଲେଖାଏଁ ନଟଆଉଟ୍ ରହି ଦଳକୁ ବିଜୟୀ କରାଇଥିବା ବେଳେ ରାହୁଲ ତେଓ୍ଵତିଆ ଏହି ସଫଳତା ସାତ ଥର ଦୋହରାଇ ସାରିଲେଣି।

ପଞ୍ଜାବ କିଙ୍ଗ୍ସ ମୋହାଲିରେ ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଆଠ ଓ୍ଵିକେଟ୍ ହରାଇ ୧୫୩ ରନ କରିଥିଲା। ଲାଗୁଥିଲା ଗୁଜରାଟ୍ ଟାଇଟନ୍ସ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରି ନେବ। ମାତ୍ର ପଞ୍ଜାବ କିଙ୍ଗ୍ସ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ଶେଷ ଓଭର ପର୍ଯ୍ୟନ୍ତ ଖେଳ ଯାଇଥିଲା। ଶେଷ ଓଭରରେ ଗୁଜରାଟକୁ ଜିତିବା ପାଇଁ ୭ ରନ ଦରକାର ଥିଲା। ଲାଗୁଥିଲା ଦଳ ସହଜରେ ହାସଲ କରି ନେବ। କିନ୍ତୁ ଅର୍ଶଦୀପ ସିଂ ଏମିତି ବୋଲିଂ କରିଥିଲେ ଲାଗୁଥିଲା ମ୍ୟାଚ୍ ଯାହା ସପକ୍ଷରେ ଯାଇପାରେ। ହେଲେ ଓଭରର ପଞ୍ଚମ ବଲରେ ତେଓ୍ଵତିଆ ଚୌକା ମାରି ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ