Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଦେଲା ନୂଆ ମହକ୍

ସମ୍ବଲପୁର:ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଅନୁଷ୍ଠାନ୍ ତରଫରୁ ସେନ୍ ପାର୍କ ନିକଟସ୍ଥ ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ରବିବାର ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମେଲନ ପାଳିତ ହୋଇଯାଇଛି। ସଙ୍ଗଠନର ସଭାପତି କମଳ ଲୋଚନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମେଳନରେ ସଦସ୍ୟ ତର୍ପଣ ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ସଂପାଦକ ଡଃ ଗୋବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନର ସଭାପତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ସଭାରେ ମୁଖ୍ୟଅତିଥି ରୂପରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବରେ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ଦିଗରେ ତଥା ବ୍ୟବହାରର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ ଡଃ ଶ୍ୟାମସୁନ୍ଦର ଧର ଏବଂ ସେ ସମ୍ବଲପୁରୀ ଭାଷାର ମଧୁରତା ଲୈlକିକତା ଉପରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୟତମ ଅତିଥି ପ୍ରଫୁଲ୍ଲ କୁମାର ହୋତା ମଧ୍ୟ ସମ୍ବଲପୁରୀ ଭାଷାର ଉନ୍ନତି ନିମନ୍ତେ ନିଆଯାଇଥିବା ପଦକ୍ଷେପ ଏବଂ ଗ୍ରହଣୀୟତା ଦିଗରେ ଆଲୋଚନା କରିଥିଲେ ଏହାସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ମାନଙ୍କୁ ନେଇ ଏକ ସମ୍ବଲପୁରୀ କବିତା ପାଠ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ସହର ତଥା ଅନ୍ୟ ଜିଲ୍ଲା ମାନଙ୍କରୁ ପାଖା ପାଖି ଶହେରୁ ଅଧିକ କବି କବୟତ୍ରୀ ଏଥିରେ ଯୋଗ ଦେଇ ନିଜ ସ୍ଵରଚିତ କବିତା ଗୁଡ଼ିକ ପାଠ କରି ନିଜ ନିଜ ସୁନ୍ଦର କବିତା ମାଧ୍ୟମରେ ଆସରକୁ ମନ୍ତ୍ର ମୁଗ୍ଧ କରିଦେଇଥିଲେ। ଏହି କବିତା ପାଠ ଉତ୍ସବକୁ କବୟତ୍ରୀ ପଙ୍କଜିନୀ ନାୟକ, ଡଃ ସ୍ବୟଂ ପ୍ରକାଶ ପଣ୍ଡା,ଅରୁଣୀ ତ୍ରିପାଠୀ, ସସ୍ମିତା ମିଶ୍ର ସଂଯୋଜନା କରିଥିବାବେଳେ ମନୋରଞ୍ଜନ ପଣ୍ଡା,ଗୁରୁଚରଣ ନାଏକ, ପ୍ରଦ୍ୟୋତ ପଟ୍ଟନାୟକ, ଦେବାଶିଷ ବେହେରା, ରାଜେଶ ବେହେରା ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ